Mon. Dec 23rd, 2024

ନ୍ୟୁଜ ଡେକ୍ସ: ମୋଦି ସରକାର ପର୍ମାନେଣ୍ଟ ଆକାଉଣ୍ଟ ନମ୍ବରର ନୂଆ ଭର୍ସନ ୨.୦କୁ ମଞ୍ଜୁରୀ ଦେବା ପରେ ଏବେ ଦେଶର ୭୮ କୋଟି ଲୋକଙ୍କୁ ନିଜ ପ୍ୟାନ କାର୍ଡ ବଦଳାଇବାକୁ ହେବ । ଏମିତି କରିବାର କାରଣ ଟ୍ୟାକ୍ସ ପେୟରଙ୍କ ପାଇଁ ସୁବିଧା କରିବା । କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି କି ପ୍ୟାନ କାର୍ଡର ନୂଆ ଭର୍ସନ ନୂଆ ଫିଚର ସମ୍ବଳିତ ହେବ ସିନା ନମ୍ବର ସମାନ ରହିବ ।

ଏନେଇ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ଏହା ଦ୍ବାରା ଲୋକଙ୍କ ପାଖରେ ସହଜ ଓ ତ୍ବରିତ ଭାବେ ସେବା ପହଞ୍ଚିବ। ଏହାସହ ସେବା ମାନରେ ବି ଉନ୍ନତି ଆସିବ ବୋଲି କହିଛନ୍ତି ଅଶ୍ବିନୀ ବୈଷ୍ଣବ। ଏହି ପ୍ରକଳ୍ପ ପାଇଁ ରାଜକୋଷରୁ ୧୪୩୫ କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ ମାଧ୍ୟମରେ ସତ୍ୟ ଓ ଡାଟାର ଏକକ ଉତ୍ସ ରହିବ। ଲୋକଙ୍କ ପାଖରେ ସହଜରେ ସେବା ପହଞ୍ଚିପାରିବ।

ଏପରି କଲେ ପରିବେଶ ଅନୁକୂଳ ପ୍ରକ୍ରିୟା ସହିତ ଖର୍ଚ୍ଚ କମିବ। ଭିତ୍ତିଭୂମିର ସୁରକ୍ଷାକୁ ସୁନିଶ୍ଚିତ କରାଯାଇପାରିବ। ଟିକସଦାତାଙ୍କୁ ଅନେକ ପ୍ରକାରର ସୁବିଧା ମିଳିବ। ଟିକସଦାତାଙ୍କୁ ପରିବର୍ଦ୍ଧିତ ଡିଜିଟାଲ ଅନୁଭୂତି ମିଳିପାରିବ। ଗୋଟିଏ ସ୍ଥାନରେ ସବୁ ପ୍ରକାର ସୁବିଧା ଉପଲବ୍ଧ ହେବ।

Leave a Reply

Your email address will not be published. Required fields are marked *