Thu. Oct 23rd, 2025

ନ୍ୟୁଜ ଡେକ୍ସ : କୌଣସି ସରକାରୀ ଅଫିସରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବା ଏକକ ବ୍ୟବହାରକାରୀ ପ୍ଲାଷ୍ଟିକ ବ୍ୟବହାର ହେବନି । ରାଜ୍ୟ ସରକାର ଏ ନେଇ ସାନି ନିର୍ଦ୍ଦେଶନାମା ଜାରି କରିଛନ୍ତି । ସବୁ ସରକାରୀ ଅଫିସକୁ ଏହି ନିର୍ଦ୍ଦେଶ ଦେଇଛି ଜଙ୍ଗଲ ଓ ପରିବେଶ ବିଭାଗ । ସରକାରୀ ବୈଠକ, ସମ୍ମିଳନୀ, କର୍ମଶାଳା ଓ ଅନ୍ୟ କାର୍ଯ୍ୟକ୍ରମରେ ପ୍ଲାଷ୍ଟିକ ପାଣି ବୋତଲ ବ୍ୟବହାର ନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ବଦଳରେ ଷ୍ଟିଲ, ତମ୍ବା ଓ କାଚରେ ତିଆରି ପାଣି ବୋତଲ ବ୍ୟବହାର କରିବାକୁ କୁହାଯାଇଛି । ସରକାରୀ ବୈଠକ ଓ ସଭା ସମିତିରେ ପ୍ଲାଷ୍ଟିକ ଲାଗିଥିବା ଫୁଲ ତୋଡ଼ା, ଉପହାର, ପ୍ଲାଷ୍ଟିକ ଖାଦ୍ୟ ପୁଡିଆ, ପ୍ଲେଟ୍ ଓ ପ୍ଲାଷ୍ଟିକ୍ କପ୍ ବ୍ୟବହାର ହେବନି। ଏମିତି କି ଥର୍ମୋକଲ୍ ପ୍ଲେଟ ଓ ବାଉଲ୍ ବି ବ୍ୟବହାର ହୋଇ ପାରିବ ନାହିଁ। ଏହି ସଂପର୍କରେ ଜଙ୍ଗଲ ଓ ପରିବେଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ରାଜ୍ୟର ସମସ୍ତ ବିଭାଗୀୟ ସଚିବଙ୍କୁ ଏକ ଚିଠି ଜାରି କରି ନିର୍ଦ୍ଦେଶ ଦେଇଛନ୍ତି।

ପରିବେଶ ସୁରକ୍ଷା ଓ ପ୍ଲାଷ୍ଟିକ ପ୍ରଦୂଷଣ ରୋକିବା ପାଇଁ ଓଡ଼ିଶା ସରକାର ସରକାରୀ ଅଫିସ୍‌ଗୁଡ଼ିକରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ଉପରେ କଡ଼ା କଟକଣା ଲଗାଇଛନ୍ତି ।୨୦୧୯ ମସିହା ଗାନ୍ଧୀ ଜୟନ୍ତୀରୁ ରାଜ୍ୟରେ ସିଙ୍ଗଲ ୟୁଜ୍ ପ୍ଲାଷ୍ଟିକ ବ୍ୟବହାରକୁ ନିଷିଦ୍ଧ ଘୋଷଣା କରାଯାଇଥିଲା । ଏ ନେଇ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଲାଗୁ ହୋଇଥିଲା । ୨୦୨୨ରେ କେନ୍ଦ୍ର ସରକାର ଏହାକୁ ଲାଗୁ କରିଥିଲେ । କିନ୍ତୁ କୌଣସି ସ୍ଥାନରେ ଏହା କାର୍ଯ୍ୟକାରୀ ହେଉନି । ଏବେ ଏହାକୁ କଡ଼ାକଡ଼ି ଲାଗୁ ପାଇଁ ଜଙ୍ଗଲ ବିଭାଗ ସାନି ନିର୍ଦ୍ଦେଶନାମା ଜାରି କରିଛି ।

Leave a Reply

Your email address will not be published. Required fields are marked *