Sun. Feb 22nd, 2026

ନ୍ୟୁଜ ଡେକ୍ସ : ସରକାରୀ ଚାକିରିରେ ଥାଇ ଉଚ୍ଚ ପଦବୀ ପାଇଁ ପ୍ରସ୍ତୁତି ନେଉଥିବା କର୍ମଚାରୀଙ୍କୁ ରାଜ୍ୟ ସରକାର ବଡ଼ ଆଶ୍ୱସ୍ତି ଦେଇଛନ୍ତି। ଏଣିକି ୟୁପିଏସ୍‌ସି, ଓପିଏସ୍‌ସି, ଏସ୍‌ଏସ୍‌ବି, ଓଏସ୍‌ଏସ୍‌ସି, ଓଏସ୍‌ଏସ୍‌ଏସ୍‌ସି ପରି ବିଭିନ୍ନ ନିଯୁକ୍ତି ପରୀକ୍ଷା ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ଆଉ ଏନ୍‌ଓସି ଆଣିବାକୁ ପଡିବ ନାହିଁ।ଏନେଇ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଗୁରୁବାର ଏକ ସରକାରୀ ଚିଠି ଜାରି କରାଯାଇଛି।

ଚିଠିରେ କୁହାଯାଇଛି ଯେ, ଆଗରୁ ଏନ୍‌ଓସି ପାଇଁ ଦୀର୍ଘ ସମୟ ଅପେକ୍ଷା କରି ଅନେକ କର୍ମଚାରୀ ସମୟ ଓ ସୁଯୋଗ ହରାଇଥିଲେ। ଏହି ସମସ୍ୟାକୁ ଦୃଷ୍ଟିରେ ରଖି ସରକାର ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିଛନ୍ତି।ତେବେ ପରୀକ୍ଷା ଦେବା ବେଳେ କର୍ମଚାରୀମାନେ ନିଜ କାର୍ଯ୍ୟ ଓ ଦାୟିତ୍ୱରେ କୌଣସି ଅବହେଳା କରିବେ ନାହିଁ।

ଉପରିସ୍ଥ ଅଧିକାରୀଙ୍କ ନିକଟରୁ ଛୁଟି ମଞ୍ଜୁରୀ ଓ ମୁଖ୍ୟାଳୟ ଛାଡ଼ିବା ଅନୁମତି ନେଇ ପରୀକ୍ଷାକୁ ଯିବାକୁ ହେବ। ସେଥିପାଇଁ ଆଡ୍‌ମିଟ୍‌ କାର୍ଡ କିମ୍ବା ସମ୍ବନ୍ଧିତ କାଗଜପତ୍ର ଦେଖାଇବା ଆବଶ୍ୟକ।ପରୀକ୍ଷାରେ ସଫଳ ହେଲେ ସେମାନେ ସରକାରୀ ପଦ୍ଧତି ଅନୁସାରେ ପୂର୍ବତନ ବିଭାଗରୁ ରିଲିଭ ହେବେ ଓ ଅଧାପନ୍ତରିଆ କାର୍ଯ୍ୟ ସମ୍ପନ୍ନ କରିବେ। ଏହି ନିଷ୍ପତ୍ତି ସରକାରୀ କର୍ମଚାରୀଙ୍କ ଭବିଷ୍ୟତ ଗଢ଼ିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ମନ୍ତବ୍ୟ ହେଉଛି।

Leave a Reply

Your email address will not be published. Required fields are marked *