ନ୍ୟୁଜ ଡେକ୍ସ : ସରକାର ନେଇଛନ୍ତି ବଡ଼ ପଦକ୍ଷେପ । ରାଜ୍ୟ ସରକାର ଜାରି କରିଛନ୍ତି କଡ଼ା ନିର୍ଦ୍ଦେଶନାମା । ଏଣିକି ରାଜ୍ୟର ସବୁ ସରକାରୀ ଅଫିସରେ ବିଏସଏନଏଲ ନେଟୱର୍କ ବ୍ୟବହାର କରିବା ହୋଇଛି ବାଧ୍ଯତାମୂଳକ ।
ଇଲେକ୍ଟ୍ରୋନିକ ଓ ସୂଚନା ପ୍ରଯୁକ୍ତି ବିଭାଗ ପକ୍ଷରୁ ରାଜ୍ୟର ସବୁ ବିଭାଗକୁ ଚିଠି ଲେଖି ଏନେଇ ଅବଗତ କରାଯାଇଛି ।କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ପରେ ଇଲୋକ୍ଟ୍ରୋନିକକ୍ସ ଓ ସୂଚନା ପ୍ରଯୁକ୍ତି ବିଭାଗ ସବୁ ବିଭାଗକୁ ଚିଠି ଲେଖିଛି। ଏହି ଆଧାରରେ ଏଣିକି ସମସ୍ତ ସରକାରୀ ପ୍ରତିଷ୍ଠାନରେ ବିଏସ୍ଏନ୍ଏଲ୍ ଇଣ୍ଟରନେଟ, ବ୍ରଡ଼ ବ୍ୟାଣ୍ଡ, ଲ୍ୟାଣ୍ଡଲାଇନ, ଲିଜ୍ ଲାଇନ୍ ସେବା ବ୍ୟବହାର ହେବ।
ରାଜ୍ୟର ସମସ୍ତ ଡିଆରସିଏସ୍, ଏଆରସିଏସ୍ଙ୍କୁ ସମବାୟ ନିର୍ଦ୍ଦେଶକଙ୍କ ଚିଠି ଜାରି ହୋଇଛି। ଯେଉଁଠାରେ ଏପରି ସେବା ଉପଲବ୍ଧ ଏବଂ ବୈଷୟିକ ଭାବରେ ସମ୍ଭବ, ସେଠାରେ ଇଣ୍ଟରନେଟ୍, ବ୍ରଡବ୍ୟାଣ୍ଡ, ଲ୍ୟାଣ୍ଡଲାଇନ୍ ଏବଂ ଲିଜ୍ ଲାଇନ ସଂଯୋଗ ପାଇଁ ବିଏସ୍ଏନ୍ଏଲ୍ ସେବାର ବ୍ୟବହାର ସୁନିଶ୍ଚିତ କରିବେ।

