ନ୍ୟୁଜ ଡେକ୍ସ: ୬୩ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କଲା ଉଚ୍ଚଶିକ୍ଷା ବିଭାଗ । ତାଗିଦ୍ ସତ୍ତ୍ବେ କଲେଜ ଆକାଉଣ୍ଟ ଅପଡେଟ୍ କରି ନଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ବିଭାଗ । ଚଳିତ ମାସଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ଦରମା ବନ୍ଦ କରିଛି ବିଭାଗ । କାପା ପୋର୍ଟାଲରେ କଲେଜ ଆକାଉଣ୍ଟ ଅପଡେଟ୍ କରିନାହାନ୍ତି ଉକ୍ତ ଅଧ୍ୟକ୍ଷ । ତେବେ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ ହୋଇଥିବା ସୂଚନା ମିଳିଛି ।
ସୂଚନା ମୁତାବକ, ସରକାରୀ ନିର୍ଦ୍ଦେଶକୁ ପାଳନ ନକରିବା ପଡ଼ିଲା ମହଙ୍ଗା । ଉଚ୍ଚଶିକ୍ଷା ବିଭାଗର ବାରମ୍ବାର ତାଗିଦ୍ ପରେ ବି ରାଜ୍ୟର ୬୩ଟି ବେସରକାରୀ ଅନୁଦାନ ପ୍ରାପ୍ତ କଲେଜ ଅଧ୍ୟକ୍ଷ ନିଜ କଲେଜ ଆକାଉଣ୍ଟକୁ କାପା ପୋର୍ଟାଲରେ ଅପଡ଼େଟ୍ କରିନାହାନ୍ତି । ତେଣୁ ୨୦୨୪-୨୫ ବର୍ଷ ପାଇଁ କଲେଜ ଆକାଉଣ୍ଟ ଅପଡେଟ୍ କରିବାକୁ ନିର୍ଦ୍ଦେଶ ଥିଲେ ବି ଏସବୁକୁ କଲେଜ ଅଧ୍ୟକ୍ଷ ମାନିନାହାନ୍ତି। ଯେଉଁଥିପାଇଁ ଚଳିତ ମାସ ଠାରୁ ଅନିର୍ଦ୍ଦିଷ୍ଟ ସମୟ ଯାଏଁ ବିଭାଗ ଦରମା ବନ୍ଦ ରଖିଛି । ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।
ସେମାନଙ୍କ ବିରୋଧରେ କଡ଼ା କର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭାଗ ୬୩ଜଣ ଅଧ୍ୟକ୍ଷଙ୍କ ଜାନୁଆରୀ ମାସ ଦରମା ବନ୍ଦ କରିବାର ନିଷ୍ପତ୍ତି ନେଇଛି । କେବଳ ସେତିକି ନୁହେଁ ଯେଉଁ ପର୍ଯ୍ୟନ୍ତ କାପା ମଡ୍ୟୁଲରେ କଲେଜ ଆକାଉଣ୍ଟ ଅପଡେଟ୍ ନ ହୋଇଛି, ସେପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି କହିଛି ବିଭାଗ । ତେବେ ଯାଜପୁର ଜିଲ୍ଲାର ସର୍ବାଧିକ ୧୧ଟି କଲେଜ ଅଧ୍ୟକ୍ଷଙ୍କ ଦରମା ବନ୍ଦ କରାଯାଇଛି। ଏନେଇ ବିଭାଗ ପକ୍ଷରୁ ବିଧିବଦ୍ଧ ନିର୍ଦ୍ଦେଶ ଜାରି କରାଯାଇଛି।
