ନ୍ୟୁଜ ଡେକ୍ସ: ପ୍ରତିପତ୍ତି ବା ଧନୀ ଲୋକ ଆଉ ଚାପ ପକାଇ ଅନୁସୂଚିତ ଜନଜାତି ଓ ଜାତି ଲୋକଙ୍କ ଜମି ହଡ଼ପ କରିପାରିବେନି । ଏଣିକି ସରକାର କିଣିବେ ଆଦିବାସୀଙ୍କ ଜମି । ଅନୁସୂଚିତ ଜନଜାତି ଓ ଜାତି ବର୍ଗର ଲୋକଙ୍କ ଜମି କିଣିବେ ରାଜ୍ୟ ସରକାର । ଏଥିପାଇଁ ଖୁବଶୀଘ୍ର ସରକାର କର୍ପସ ଫଣ୍ଡ ଗଠନ କରିବାକୁ ଚିନ୍ତା କରୁଛନ୍ତି ।
ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଏଥର ଧନୀ ଲୋକମାନେ ଚାପ ପକାଇ ଏସସି ଓ ଏସଟିଙ୍କ ଜମିକୁ ହଡପ କରି ପାରିବେ ନାହିଁ । ଏଣିକି ସରକାର କିଣିବେ ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମି। ଧନୀ ଲୋକ ଚାପ ପକାଇ ଜାତି ଓ ଜନଜାତିଙ୍କ ସମ୍ପତ୍ତି ହଡ଼ପ କରିପାରିବେନି। ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକମାନେ ଝିଅ ବାହାଘର, ଚିକିତ୍ସା, ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ, ସରକାର ଏହି ଜମିକୁ କିଣିବେ। ୨ରୁ ୩ ବର୍ଷ ସରକାର ସୁରକ୍ଷିତ ରଖିବେ । ଜମି ମାଲିକ ଚାହିଁଲେ ପରବର୍ତ୍ତୀ ସମୟରେ ନେବେ ବୋଲି ମନ୍ତ୍ରୀ କହିଛନ୍ତି।
ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚ ଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ । ସରକାର ଉକ୍ତ ଜମିକୁ ୨ ରୁ ୩ ବର୍ଷ ପର୍ଯ୍ୟନ୍ତ ସୁରକ୍ଷିତ କରି ରଖିବେ । ପରେ ଜମି ମାଲିକ ଚାହିଁଲେ ପୁଣି ସରକାରଙ୍କ ଠାରୁ ସେହି ଜମି କିଣିପାରିବେ । କିନ୍ତୁ ଯଦି ଜମି ମାଲିକ ଆଉ ଜମି ଫେରାଇ ନେବାକୁ ଚାହିଁବେ ନାହିଁ । ତେବେ ଅନୁସୂଚିତ ଜନଜାତି ଲୋକଙ୍କ ପାଖରୁ କିଣା ଯାଇଥିବା ଜମି ସେହି ବର୍ଗର ଲୋକଙ୍କୁ ହିଁ ନିଲାମ କରାଯିବ । ଅନୁସୂଚିତ ଜାତି ବର୍ଗର ଲୋକଙ୍କ ଜମି ସେହି ବର୍ଗର ଲୋକଙ୍କୁ ନିଲାମ କରାଯିବ ।
