Sun. Feb 22nd, 2026

ନ୍ୟୁଜ ଡେକ୍ସ : ସରଣ୍ଡା ଜଙ୍ଗଲରେ ଶନିବାର ସୁରକ୍ଷାବଳଙ୍କ ସର୍ଚ୍ଚ ଅଭିଯାନ ସମୟରେ ଏକ ଆଇଇଡି ବିସ୍ଫୋରଣ ଘଟି ଦୁଇ ଜଣ ଯବାନ ଆହତ ହୋଇଛନ୍ତି। ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମି ଜିଲ୍ଲା ଅନ୍ତର୍ଗତ ଛୋଟା ନାଗରା ଥାନା ଅଞ୍ଚଳରେ ନକ୍ସଲ ବିରୋଧୀ ସର୍ଚ୍ଚ ଅପରେସନ୍ ଚଳିଥିବାବେଳେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।ସୁରକ୍ଷା ବାହିନୀ ସରଣ୍ଡା ଜଙ୍ଗଲରେ ନକ୍ସଲ କାର୍ଯ୍ୟକଳାପ ବିଷୟରେ ଗୁପ୍ତ ସୂଚନା ପାଇ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ କରିଥିଲେ।

ଏହି ସମୟରେ ନକ୍ସଲମାନଙ୍କ ଦ୍ୱାରା ପୂର୍ବରୁ ବିଛାଯାଇଥିବା ଏକ ପ୍ରେସର ଆଇଇଡି ଉପରେ ଯବାନମାନଙ୍କ ପାଦ ପଡିଥିବାରୁ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଫଳରେ କୋବ୍ରା ବାଟାଲିୟନର ଦୁଇ ଜଣ ଯବାନ ଆହତ ହୋଇଥିଲେ।ଘଟଣା ପରେ ଆହତ ଯବାନମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ ଶିବିରରେ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଥିଲା। ପରେ ସେମାନଙ୍କ ଆଘାତର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହେଲିକପ୍ଟର ଯୋଗେ ରାଞ୍ଚିକୁ ସ୍ଥାନାନ୍ତର କରାଯାଇଛି।

ଏହି ଘଟଣା ପରେ ସୁରକ୍ଷା ବାହିନୀ ଅଞ୍ଚଳରେ ସତର୍କତା ବଢ଼ାଇଛନ୍ତି। ଜିଲ୍ଲା ପୋଲିସର ଅତିରିକ୍ତ ୟୁନିଟ୍ ଓ କୋବ୍ରା ବାଟାଲିୟନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ଅପରେସନ୍ ଚଳାଇଥିବା ବେଳେ ଅନ୍ୟାନ୍ୟ ସମ୍ଭାବ୍ୟ ଆଇଇଡି ଚିହ୍ନଟ ଓ ନିଷ୍କ୍ରିୟ କରିବା ପାଇଁ ତଲାସୀ ଜାରି ରହିଛି।

Leave a Reply

Your email address will not be published. Required fields are marked *