ନ୍ୟୁଜ ଡେକ୍ସ: ଗଞ୍ଜାମ ଜିଲ୍ଲା ଗୋଷାଣୀ ନୂଆଗାଁ ଥାନା ଅନ୍ତର୍ଗତ ଫୁଲଟା ଗାଁର ସରପଞ୍ଚଙ୍କ ଘର ଉପରକୁ ବୋମାମାଡ଼ । କିଛି ଦୁର୍ବୃତ୍ତ ଏହି ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।
ତେବେ ବୋମାମାଡ଼ରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ସରପଞ୍ଚଙ୍କକ ପରିବାର । ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଫୁଲଟା ପଞ୍ଚାୟତ ସରପଞ୍ଚ ମମତା ନାହାକଙ୍କ ଘର ଉପରକୁ ବୋମାମାଡ଼ ହୋଇଥିଲା। ୫ ଜଣ ଦୁର୍ବୃତ୍ତ ବାଇକରେ ଆସି ୨ଟି ବୋମା ପକାଇ ଚମ୍ପଟ ମାରିଥିଲେ। ବୋମାମାଡରେ ସରପଞ୍ଚଙ୍କ ପରିବାର ସଦସ୍ୟଙ୍କ କିଛି କ୍ଷତି ହୋଇ ନାହିଁ।
ରାଜନୈତିକ ଶତ୍ରୁତା ପାଇଁ ଦୁର୍ବୃତ୍ତମାନେ ସରପଞ୍ଚଙ୍କ ଘରକୁ ବୋମାମାଡ଼ କରିଛନ୍ତି ନା ଅନ୍ୟ କିଛି କାରଣ ରହିଛି ତାହା ଜଣାପଡ଼ିନାହିଁ। ବୋମାମାଡ଼ ପରେ ସରପଞ୍ଚଙ୍କ ପରିବାର ସଦସ୍ୟ ଭୟବୀତ ଅବସ୍ଥାରେ ଅଛନ୍ତି। ବୋମାମାଡ଼ ପରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଗାଁରେ ୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।