Thu. Oct 23rd, 2025

ନ୍ୟୁଜ ଡେକ୍ସ: ମହୁ ମାଛି ଆକ୍ରମଣରେ ୨୦ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଆହତ ହୋଇ ଥିବା ଜଣାପଡିଛି । ଏଭଳି ଖବର ଆସିଛି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହର ଉପକଣ୍ଠ ଦୁଆରଶୁଣି ଗ୍ରାମରୁ । ଏକ ଘରୋଇ ସ୍କୁଲରେ ହଠାତ୍ ଛାତ୍ର ଛାତ୍ରୀ ମାନଙ୍କୁ ମହୁ ମାଛି ଆକ୍ରମଣ କରି ଥିଲା ।

ମା ବିଦ୍ୟାଦାୟୀଙ୍କୁ ପୂଜାର୍ଚ୍ଚନା କରିବା ଉଦ୍ଧେଶ୍ୟରେ ସ୍କୁଲ ବାହାରିଥିଲେ। ଆଉ ସେଠାରେ ମା ସରସ୍ୱତୀଙ୍କୁ ଆବାହନ ମଧ୍ୟ କରୁଥିଲେ। ହେଲେ ହଠାତ୍ କେଉଁଆଡ଼ୁ ମାଡି ଆସିଲେ ମହୁମାଛି।ଯେହେତୁ ଛୋଟ ଛୋଟ ପିଲା ମହୁମାଛି ସମ୍ପର୍କରେ ବିଶେଷ କିଛି ଧାରଣା ନାହିଁ। ତେଣୁ ମହିମାଛି ଆକ୍ରମଣର ଶୀକାର ହେଲେ। ଏବଂ ପାଖାପାଖି ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇ ଏବେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।

ପରେ ସଙ୍ଗେ ସଙ୍ଗେ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଇଥିଲା । ଚିକିତ୍ସା ପରେ ସମସ୍ତ ଆହତ ଛାତ୍ରଛାତ୍ରୀ ଓ କର୍ମଚାରୀ ନିଜ ନିଜ ଘରକୁ ଫେରି ଯାଇଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *