Thu. Oct 23rd, 2025

ନ୍ୟୁଜ ଡେକ୍ସ: ସରିଲା ରାସନକାର୍ଡ ଡେଡ୍ଲାଇନ୍ । ଚଳିତ ମାସରୁ ଆଉ ମିଳିବନି ରାସନ । ଯେଉଁମାନେ ଇ-କେଓ୍ୱାଇସି କରିନାହାନ୍ତି । ସେମାନଙ୍କ କାର୍ଡ ଚଳିତ ମାସରୁ ସସ୍ପେଣ୍ଡ କରାଯିବ ବୋଲି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଯେଉଁମାନେ ଆଜି ଇ-କେଓ୍ବାଇସି ନକରିବେ ସେମାନଙ୍କର କାର୍ଡ ୩ ମାସ ପାଇଁ ସସପେଣ୍ଡ ହେବ । ୩ ମାସ ଭିତରେ ଇ-କେଓ୍ବାଇସି କଲେ କାର୍ଡ ପୁନଃ ସଚଳ ହେବ, ନଚେତ୍ କାର୍ଡ କଟିଯିବ ।ତେବେ ବର୍ତ୍ତମାନ ସୁଦ୍ଧା ୨୦ ଲକ୍ଷ ୫୮ ହଜାର ଲୋକ ଇକେଓ୍ବାଇସି କରିନଥିବା ସୂଚନ ରହିଛି । ତେଣୁ ଆଗକୁ ଆଉ ବଢିବନି ଇକେଓ୍ୱାଇସି ପାଇଁ ତାରିଖ । ତେଣୁ ସେମାନଙ୍କ କାର୍ଡ ସସ୍ପେଣ୍ଡ କରାଯିବ ।

୨୦ ଲକ୍ଷ ୫୮ ହଜାର କାର୍ଡ ସସ୍ପେଣ୍ଡ କରାଯିବ। ୩ ମାସ ପର୍ଯ୍ୟନ୍ତ କାର୍ଡ ସସ୍ପେଣ୍ଡ କରାଯିବ। ଏହି ଅବଧି ମଧ୍ୟରେ ଯେଉଁମାନେ ଆସିବେ EKYC କରି ସେମାନକୁ ରାସନ ଦିଆଯିବ। ଯେଉଁମାନେ ନ ଆସିବେ ସେମାଙ୍କ କାର୍ଡ ସବୁଦିନ ପାଇଁ ବନ୍ଦ ହେବ।

Leave a Reply

Your email address will not be published. Required fields are marked *