ନ୍ୟୁଜ ଡେକ୍ସ: ସରିଲା ମାଟ୍ରିକ୍ ପରୀକ୍ଷା। ଏବେ ରେଜଲ୍ଟକୁ ଅପେକ୍ଷା। ଶିକ୍ଷା ବର୍ଷ ୨୦୨୪-୨୫ପାଇଁ ମାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। ଆଜି କୌଣସି ପିଲା କପି କରି ଧରା ପଡ଼ି ନାହାନ୍ତି। ମାର୍ଚ୍ଚ ୧୯ରୁ ଦଶମ ଖାତା ଦେଖା ଆରମ୍ଭ ହେବ। ମେ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ନେଇ ଚେଷ୍ଟା କରାଯିବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତ। ତେବେ ଏନେଇ ପରୀକ୍ଷା ସରୁ ସରୁ ବୋର୍ଡ ପକ୍ଷରୁ ସୂଚନା ଜାରି କରାଯାଇଛି ।
ଆସନ୍ତା ମେ’ ମାସରେ ମାଟ୍ରିକ୍ ରେଜଲ୍ଟ ବାହାରିବ । ବୋର୍ଡ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଆସନ୍ତା ମେ’ ମାସ ପ୍ରଥମ ସପ୍ତାହରେ ମାଟ୍ରିକ ରେଜଲ୍ଟ ବାହାରିବ ।ସେପଟେ ଆଜି ପରୀକ୍ଷା ସରିଥିବା ବେଳେ ମାର୍ଚ୍ଚ ୧୯ ରୁ ଖାତା ଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତିଙ୍କ ପକ୍ଷରୁ ସୂଚାଇ ଦିଆଯାଇଛି । ଏହାପରେ ଖାତା ଦେଖା ସରିବା ପରେ ପରେ ମେ ମାସ ପ୍ରଥମ ସପ୍ତାହରେ ବାହାରିବ ଫଳାଫଳ । ଚଳିତ ବର୍ଷ ସୁରୁଖୁରରେ ପରୀକ୍ଷା ଶେଷ କରିବାକୁ ବୋର୍ଡ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଚଳିତ ବର୍ଷ ପ୍ରଥମ ଥର ପାଇଁ କପି ରୋକିବାକୁ ବୋର୍ଡ ପକ୍ଷରୁ ପ୍ରଶ୍ନପତ୍ରରେ କ୍ୟୁଆର କୋଡର ବ୍ୟବସ୍ଥା କରାଯାଇଥିଲା । ଯାହା ସଫଳ ହୋଇଛି ବୋଲି ମତ ରଖିଛନ୍ତି ବୋର୍ଡ ସଭାପତି ।
କହିଛନ୍ତି, ଓ୍ବାଟର ମାର୍କ ଏବଂ କ୍ୟୁଆର କୋର୍ଡ ସଫଳ ହୋଇଛି । ଏଆଇ ଦ୍ବାରା ପ୍ରଶ୍ନପତ୍ର ଲିକ୍ ରୋକାଯାଇ ପାରିଛି ।ସେହିପରି ପରୀକ୍ଷାର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରତ୍ୟେକ ଜିଲ୍ଲାରେ ଜଣେ ଜଣେ ଅତିରିକ୍ତ ଏସପି ଓ ଜଣେ ଜଣେ ଡ଼ିଏସପିଙ୍କୁ ନୋଡାଲ ଅଫିସର ଦାୟିତ୍ୱ ଦିଆଯାଇଥିଲା। ଏହା ବ୍ୟତୀତ ରାଜ୍ୟର ସମସ୍ତ ପରୀକ୍ଷା କେନ୍ଦ୍ର ସମେତ ନୋଡାଲ୍ ସେଣ୍ଟରରେ ସିସି କ୍ୟାମେରା ଖଞ୍ଜାଯାଇଥିଲା। ୩୧୪ ନୋଡାଲ ସେଣ୍ଟର ସମେତ ୬ଶହ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ରରେ ଲାଇଭ୍ ଭିଡିଓ ବ୍ୟବସ୍ଥା କରାଯାଇଥିଲା ।
