ନ୍ୟୁଜ ଡେକ୍ସ: ଦିଲ୍ଲୀରୁ ଫେରିଲେ ବିଜେଡି ସାଂସଦ ମୁନା ଖାଁ । ବିଜେଡି ସୁପ୍ରିମୋଙ୍କୁ ଭେଟିବେ ସାଂସଦ ମୁନା ଖାଁ । ୱାକଫ୍ ସଂଶୋଧନ ନେଇ କରିବେ ଆଲୋଚନା । ବିମାନବନ୍ଦରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ସାଂସଦ ସସ୍ମିତ ପାତ୍ରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ମୁନା ଖାଁ କହିଛନ୍ତି, ଦଳରେ ଦୋମୁହାଁ ନୀତି ଚଳିବ ନାହିଁ ।
ଓ୍ବାକଫ୍ ବିଲକୁ ବିରୋଧ କରିବା ପରେ ବଜି ଦିଲ୍ଲୀରୁ ଫେରିଛନ୍ତି ସାଂସଦ ମୁନା ଖାଁ । ଫେରୁ ଫେରୁ ଏୟାର ପୋର୍ଟରେ ହିଁ ପୁରା ଫାୟାର ହୋଇଛନ୍ତି । ସେ କହିଛନ୍ତି, ସସ୍ମିତ୍ ନିଜର ମତ ନେଇ କାହା ସହ ଆଲୋଚନା କରିନାହାନ୍ତି । ଟ୍ବିଟ୍ ପକେଇ, ଗଣମାଧ୍ୟମରେ ମଧ୍ୟ ବାଇଟ ଦେଇଛନ୍ତି, ଯେ ସେ ବିଲକୁ ସମର୍ଥନ ଜଣାଇବେ । କିନ୍ତୁ ପୂର୍ବରୁ ଏନେଇ ଦଳୀୟ ସଭାପତିଙ୍କ ନେତୃତ୍ବରେ ଇଫତାର ପାର୍ଟିରେ ଘୋଷଣା ହୋଇଥିଲା, ବିଲକୁ ବିରୋଧ କରିବା ପାଇଁ । ହେଲେ ସେ କାହା ସହ ଆଲୋଚନା ନକରି ଏପରି ନିଷ୍ପତ୍ତି ନେଇଛନ୍ତି । ସସ୍ମିତଙ୍କ ଏଭଳି ନିଷ୍ପତ୍ତି ଦଳକୁ ଏବଂ ସଂଖ୍ୟାଲଘୁଙ୍କୁ ଗଭୀର ଆଘାତ ଦେଇଛି ।
ଏଥିସହିତ ନବୀନ ବାବୁ କେବେ ବି ତାଙ୍କୁ ଏପରି କରିବାକୁ କହିନଥିବେ ବୋଲି ଦୃଢୋକ୍ତି ଦେଖାଇଛନ୍ତି ମୁନା । ଏନେଇ ସେ ନବୀନଙ୍କୁ ଭେଟି ସବୁ କହିବେ ବୋଲି କହିଛନ୍ତି । ତାଙ୍କ କହିବାନୁସାରେ, ସଂସଦୀୟ ବୋର୍ଡ ବୈଠକରେ ବିଲକୁ ବରୋଧ କରିବାକୁ ନିଷ୍ପତ୍ତି ହୋଇଥିଲା । ଇଫତାର ପାର୍ଟିରେ ବି ନବୀନ ବାବୁ ସ୍ପଷ୍ଟ କରି କହିଥିଲେ, ବିଲକୁ ବିରୋଧ କରାଯିବ । ହେଲେ ସସ୍ମିତ୍ କାହିଁକି ବିବେକାନୁସାରେ ନିଷ୍ପତ୍ତି ନେବାକୁ କହିଲେ, ତାହା ସେ ଜାଣିନାହାନ୍ତି । ଏଥିସହିତ, ସସ୍ମିତଙ୍କ ସହ ସେ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିବା ବେଳେ, ତାହା ଏପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ ବୋଲି ସେ କହିଛନ୍ତି ।
