Thu. Oct 23rd, 2025

ନ୍ୟୁଜ ଡେକ୍ସ: ରାଜଧାନୀ ଭୁବନେଶ୍ୱର ବିଚ୍‌ ରାସ୍ତାରେ ସହଦେବ ନାୟକଙ୍କୁ ହତ୍ୟା ମାମଲା । ହତ୍ୟାକାଣ୍ଡର ୪୦ଦିନ ପରେ ମଞ୍ଚେଶ୍ୱର ଥାନାରେ ଆତ୍ମସମର୍ପଣ କଲା ମୁଖ୍ୟ ଅଭିଯୁକ୍ତ ରମା ନାୟକ । ଆଜି ଦିନ ୧୧ ରେ ଥାନାରେ ଆତ୍ମସମର୍ପଣ କରିଛି ରମା । ହତ୍ୟାକାଣ୍ଡ ପରଠାରୁ ଫେରାର ଥିଲା ମୁଖ୍ୟ ଅଭିଯୁକ୍ତ । ଆତ୍ମସମର୍ପଣ ପରେ ଗିରଫ କରିଛି ପୋଲିସ ।

ତେବେ ସୂଚନା ମୁତାବକ, ଭୁବନେଶ୍ବର କେଦାରପଲ୍ଲୀ ବସ୍ତିରେ ବ୍ରାଉନ ସୁଗାର ବେପାରୀଙ୍କୁ ଚେକ୍ ଦେବାରୁ ସହଦେବ ପୋଲିସକୁ ସହାୟତା କରିଥିଲା । ଯାହାକୁ ନେଇ ଏହି ବ୍ରାଉନସୁଗାର ବେପାରୀ ମାନେ ଗତ ତିନି ମାସ ପୂର୍ବରୁ ସହଦେବକୁ ହତ୍ୟା କରିବାକୁ ଯୋଜନା କରିଥିଲେ । ପୂର୍ବ ଶତ୍ରୁତାରୁ ସହଦେବଙ୍କୁ ହତ୍ୟା କରାଯାଇଥିବା ଡିସିପି ସୂଚନା ଦେଇଥିଲେ । ଡିସିପି କହିଥିଲେ, ଭୁବନେଶ୍ବର ମଞ୍ଚେଶ୍ବର ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ପାଇଁ ୩ଟି ସ୍ପେଶାଲ ଟିମ୍‌ ଗଠନ କରାଯାଇଥିଲା ।

ତଦନ୍ତରୁ ଅଭିଯୁକ୍ତ ଓ ତାଙ୍କ ଗାଡ଼ି ସମ୍ପର୍କରେ ଜଣାପଡ଼ିଥିଲା । ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ୧୨ ଘଣ୍ଟା ଭିତରେ ମାମଲାରେ ଅଭିଯୁକ୍ତଙ୍କୁ ଧରିଥିବା ନେଇ କହିଥିଲେ ଡିସିପି । ତେବେ ଆହୁରି କିଛି ଅଭିଯୁକ୍ତଙ୍କର ଏଥିରେ ସମ୍ପୃକ୍ତି ଥିବା ନେଇ ସନ୍ଦେହ କରାଯାଉଛି ବୋଲି କହିଥିଲେ ଡିସିପି । ହତ୍ୟାକାଣ୍ଡରେ ବ୍ୟବହୃତ ମାରଣାସ୍ତ୍ର ଜବତ କରାଯାଇଥିଲା । ମୋବାଇଲରୁ ଅଧିକ ଖୋଳତାଡ଼ ଜାରି ରଖିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *