Thu. Oct 23rd, 2025

ନ୍ୟୁଜ ଡେକ୍ସ: କେନ୍ଦୁଝର ମାଟିର ପୁଅ ସହିଦ ରାଜକିଶୋର ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ରାଜକିଶୋରଙ୍କ ମରଶରୀର ଆଜି ଭୁବନେଶ୍ଵର ବିମାନ ବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।

କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗାଁର ରାଜକିଶୋର ମୁଣ୍ଡା ବିହାର ରେଜିମେଣ୍ଟ ର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କେନ୍ଦୁଝର ଜିଲ୍ଲା ସଦର ବ୍ଲକ୍ ନୂଆଗାଁ ଗ୍ରାମର ବିହାର ରେଜିମେଣ୍ଟର ଷଷ୍ଠ ବାଟାଲିୟନରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ରାଜକିଶୋର ମୁଣ୍ଡା ସହିଦ ହୋଇଛନ୍ତି । ତାଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ। ରାଜକିଶୋରଙ୍କ ଅମର ଆତ୍ମାର ସଦଗତି କାମନା କରୁଛି ।

ତାଙ୍କ ପରିବାରକୁ ସମବେଦନା ଜଣାଉଛି ।ରାଜକିଶୋରଙ୍କ ଘର ମୋ ନିଜ ନିର୍ବାଚନ ମଣ୍ଡଳୀରେ । ମୁଁ ତାଙ୍କ ପରିବାରକୁ ଭଲ ଭାବେ ଜାଣିଛି । ରାଜକିଶୋର ମୁଣ୍ଡା ଅତ୍ୟନ୍ତ ଶାନ୍ତ ଏବଂ ସରଳ ସ୍ଵାଭବର ଥିଲେ । ଦେଶ ସେବା କାମରେ ନିୟୋଜିତ ଥିଲେ ।ଏଭଳି ଜଣେ ଯବାନଙ୍କୁ ଦେଶ ହରେଇଛି । ଏହା ଦେଶ ପାଇଁ ବହୁତ ବଡ କ୍ଷତି। ତାଙ୍କ ପରିବାରକୁ ସମବେଦନା ଜଣାଉଛି।

Leave a Reply

Your email address will not be published. Required fields are marked *