Thu. Oct 23rd, 2025

ନ୍ୟୁଜ ଡେକ୍ସ: ‘ଅପରାଜିତାଙ୍କ ପାଇଁ ଦଳ ବଡ, ସହର ବଡ ନୁହେଁ’ । ଆଜି ୭୭ ତମ ରାଜଧାନୀ ପ୍ରତିଷ୍ଠା ଦିବସ ଭୁବନେଶ୍ବରରେ ଆୟୋଜିତ ହୋଇଥିବା ବେଳେ ଏଥିରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଅନୁପସ୍ଥିତକୁ ନେଇ କିଛି ଏପରି ବୟାନ ରଖିଛନ୍ତି ଭୁବନେଶ୍ବର ମେୟର ତଥା ବିଜେଡି ନେତ୍ରୀ ସୁଲୋଚନା ଦାସ ।

ମେୟର କହିଲେ ତାଙ୍କ ଦଳର ପ୍ରଶିକ୍ଷଣ ଚାଲିଛି, ତାଙ୍କ ପାଇଁ ଦଳ ବଡ, ଭୁବନେଶ୍ୱର ବଡ ନୁହେଁ । ତେଣୁ ସେମାନେ ଆସିଲେ ନାହିଁ । ଅପରାଜିତା ଷଡ଼ଙ୍ଗୀଙ୍କ ଅଭିଯୋଗ ଥାଏ ମୋତେ ଡାକୁନାହାନ୍ତି । ଏବେ ତ ଡକାଯାଉଛି ସବୁ କ୍ଷେତ୍ରରେ । ସେ ଯେତେବେଳେ ଇଚ୍ଛା ହେଉଛି ଆସୁଛନ୍ତି ନଚେତ୍ ଆଳ ଦେଖାଇ ଆସୁ ନାହାନ୍ତି । ଗତବର୍ଷ ଏହି କାର୍ଯ୍ୟକ୍ରମକୁ ନେଇ ସେ ଟ୍ବିଟ୍ କରିଥିଲେ, ସମସ୍ତଙ୍କୁ ଜଣାଇଥିଲେ ।

ତେଣୁ ତାଙ୍କ ପାଇଁ ଦଳ ବଡ । ଆଜିର ଦିନରେ ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ପୁରୀ ଯାଇ ପାରିଥାନ୍ତେ । କିନ୍ତୁ ସେ ଏହି କାର୍ଯ୍ୟକ୍ରମକୁ ବଡ ବୋଲି ଭାବିଲେ ନାହିଁ ବୋଲି ଗୁରୁତ୍ଵ ଦେଲେ ନାହିଁ ।

Leave a Reply

Your email address will not be published. Required fields are marked *