Thu. Mar 5th, 2026

ନ୍ୟୁଜ ଡେକ୍ସ : ଓଡ଼ିଶା ପୋଲିସର ସ୍ପେଶାଲ ଡ୍ରାଇଭ ‘ସାଇବର କବଚ’ ଅନ୍ତର୍ଗତ ଚାଲିଥିବା ଅଭିଯାନରେ ଚମ୍ପୁଆ ପୋଲିସ୍ ୫ ଜଣ ସାଇବର ଠକଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୧୩ଟି ଡେବିଟ୍ କାର୍ଡ, ୨ଟି ପାନ୍ କାର୍ଡ ଓ ୬ଟି ମୋବାଇଲ୍ ଫୋନ୍ ଜବତ କରାଯାଇଛି।ଗିରଫ ଅଭିଯୁକ୍ତମାନେ ହେଲେ ଝାଡ଼ଖଣ୍ଡର ଚାଇଁବାସା ଅଞ୍ଚଳର ସାୱାନ ମାଛୁଆ, ମହୁଲସାହିର ଜାକ୍ରୀୟା ଦେବଗନ୍, ଚମ୍ପୁଆ ଥାନା ଶଙ୍କରପୁର ଅଞ୍ଚଳର କୃଷ୍ଣ ଲୋହାର୍ ଓ ହେମନ୍ତ ଲୋହାର୍ ଏବଂ ଟୁଙ୍ଗଲେଇ ସାହିର ଦୀପକ୍ କୁମାର ମୁଣ୍ଡା।

ପୋଲିସ ସୂଚନା ଅନୁଯାୟୀ, ଚମ୍ପୁଆ ଥାନା ଅଧୀନରେ ଥିବା କିଛି ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ମାଧ୍ୟମରେ ଅପରାଧୀମାନେ ଟଙ୍କା କାରବାର କରୁଥିବା ଖବର ମିଳିଥିଲା। ଅଭିଯୁକ୍ତମାନେ ବିଭିନ୍ନ ବ୍ୟାଙ୍କରେ ମ୍ୟୁଲ୍ ଆକାଉଣ୍ଟ ଖୋଲି ସେଗୁଡ଼ିକୁ ଝାଡ଼ଖଣ୍ଡର ସାଇବର ଅପରାଧୀମାନଙ୍କୁ ହସ୍ତାନ୍ତର କରୁଥିଲେ।

ପରେ ସେହି ଆକାଉଣ୍ଟ ମାଧ୍ୟମରେ କୋଟି କୋଟି ଟଙ୍କାର ସାଇବର ଠକେଇ କରାଯାଉଥିବା ଜଣାପଡ଼ିଛି।ଏହି ମାମଲାର ମାଷ୍ଟରମାଇଣ୍ଡ ଝାଡ଼ଖଣ୍ଡ ଅଞ୍ଚଳର ଥିବା ସନ୍ଦେହ କରାଯାଉଛି। ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ଏବଂ ଆଉ କିଛି ଲୋକ ଏହି ରାକେଟ୍‌ରେ ଜଡିତ ଥିବା ସମ୍ଭାବନା ଖୋଜାଯାଉଛି।

Leave a Reply

Your email address will not be published. Required fields are marked *