ନ୍ୟୁଜ ଡେକ୍ସ: ଦେଶରେ ଦିନକୁ ଦିନ ବଢ଼ି ଚାଲିଛି ହିଟ୍ ଆଣ୍ଡ ରନ୍ ମାମଲା। କିଏ କାହାକୁ ଧକ୍କା ଦେଇ ୨ରୁ ୩ କିଲୋମିଟର ଘୋଷାଡ଼ି ନେଉଛି ତ ଆଉ କିଏ ଗାଡି ଚଢ଼ାଇ ଫେରାର ହୋଇଯାଉଛି। ଏଭଳି ହିଁ ଏକ ମାମଲା ଏବେ ସାମ୍ନାକୁ ଆସିଛି। ବିଏମ୍ଡବ୍ଲୁ କାର୍ ଧକ୍କାରେ ଜଣେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଛି। ପୀଡିତ ଜଣକ ହେଉଛନ୍ତି ପଣ୍ଡି ବଜାରର ପ୍ରଦୀପ କୁମାର। ସେ ଜଣେ ଲୋକପ୍ରିୟ ତେଲୁଗୁ ନ୍ୟୁଜ୍ ଚ୍ୟାନେଲରେ ଚାକିରି କରିଥିଲେ।
ଏହା ସହିତ ସେ ସହରରେ ପାର୍ଟ ଟାଇମ୍ ଭାବେ ରାପିଡୋ ଡ୍ରାଇଭର କାର୍ଯ୍ୟ କରୁଥିଲେ। ମଡୁରାଭୋୟାଲ୍-ତାମ୍ବରମ୍ବାଇପାସ୍ ଉପରେ ଏକ ବିଏମଡବ୍ଲୁ କାର ତାଙ୍କ ମୋଟର ସାଇକେଲକୁ ଧକ୍କା ଦେବାବେଳେ ତାଙ୍କର ମୃତ୍ୟୁ ଘଟିଥିଲା ଦୁର୍ଘଟଣା ପରେ କାରର ଡ୍ରାଇଭର ସେହି ସ୍ଥାନ ଛାଡ଼ି ସେଠାରୁ କେଉଁଆଡ଼େ ପଳାଇ ଯାଇଥିଲେ। ଯାତ୍ରୀମାନେ ସେଠାରେ ଗାଡ଼ିକୁ ଦେଖିବା ପରେ ଦୁର୍ଘଟଣା ସମ୍ପର୍କରେ ପୁଲିସକୁ ସୂଚନା ଦେଇଥିଲେ। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ଦୁଇ ଚକିଆ ଯାନକୁ ଉଦ୍ଧାର କରିଥିଲା।
ମୃତ ସାମ୍ବାଦିକ ଜଣକ ହେଉଛନ୍ତି ପଣ୍ଡି ବଜାରର ପ୍ରଦୀପ କୁମାର। ସେ ଏକ ଲୋକପ୍ରିୟ ତେଲୁଗୁ ନ୍ୟୁଜ୍ ଚ୍ୟାନେଲରେ ଚାକିରି କରୁଥିଲେ। ଏହା ସହିତ ସେ ସହରରେ ପାର୍ଟ ଟାଇମ୍ ଭାବେ ରାପିଡୋ ଡ୍ରାଇଭର କାର୍ଯ୍ୟ କରୁଥିଲେ। ଏଥିସହ ଦୁର୍ଘଟଣା ଘଟାଇଥିବା ବିଏମ୍ଡବ୍ଲୁ କାର୍କୁ ଜବତ କରାଯାଇଛି। ଫେରାର ଡ୍ରାଇଭରଙ୍କୁ ପୁଲିସ ଖୋଜାଖୋଜି ଜାରି ରଖିଛି। ଏହା ଏକ ହିଟ୍ ଆଣ୍ଡ ରନ୍ ମାମଲା ବୋଲି ପୁଲିସ କହିଛି।