ନ୍ୟୁଜ ଡେକ୍ସ: ସାମ୍ବାଦିକଙ୍କୁ ମିଳିବ ନିର୍ମାଣ ଶ୍ରମିକ କାର୍ଡ଼ । ଏହି କାର୍ଡ଼ ପାଇବା ପାଇଁ ସାମ୍ବାଦିକ ଓ ଖବର କାଗଜ ବାଣ୍ଟୁଥିବା ହକର୍ ମାନେ ମଧ୍ୟ ଆବେଦନ କରି ପାରିବେ ବୋଲି ଜଙ୍ଗଲ ପରିବେଶ ଓ ଶ୍ରମ ବିଭାଗ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ କହିଛନ୍ତି । ନିର୍ମାଣ ଶ୍ରମିକଙ୍କ ସହ ଏଥିରେ ଶହେଟି ବୃତ୍ତିର ବ୍ୟକ୍ତିମାନଙ୍କୁ ସାମିଲ୍ କରାଯାଉଥିବା ବେଳେ ସାମ୍ବାଦିକ ଓ ସମ୍ବାଦପତ୍ର ହକର୍ ମାନେ ଶ୍ରମ ବିଭାଗରୁ ଏହି କାର୍ଡ଼ କରାଇ ସରକାରଙ୍କ ଯୋଜନାର ଲାଭ ଉଠାଇବାକୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ।
ମନ୍ତ୍ରୀ ଖୁଣ୍ଟିଆ କହିଛନ୍ତି ଯେ, ଏହି ଯୋଜନା ମାଧ୍ୟମରେ ୩.୫ କୋଟି ଲାଭାର୍ଥୀଙ୍କୁ ସାମିଲ କରିବାର ଲକ୍ଷ୍ୟ ରହିଛି, କିନ୍ତୁ ଏବେ ସୁଦ୍ଧା ମାତ୍ର ୫୦ ଲକ୍ଷ ଲୋକ ନିଜକୁ ପଞ୍ଚିକରଣ କରିଛନ୍ତି। ଏହି ଯୋଜନା ଅଧୀନରେ ସାମ୍ବାଦିକ ଓ ଖବରକାଗଜ ବିକ୍ରେତାମାନେ ‘ନିର୍ମାଣ ଶ୍ରମିକ କାର୍ଡ’ ପାଇବେ, ଯାହା ସେମାନଙ୍କୁ ବିଭିନ୍ନ ଆର୍ଥିକ କ୍ଷତିପୂରଣ ସୁବିଧା ମାଧ୍ୟମରେ ଆର୍ଥିକ ସୁରକ୍ଷା ଯୋଗାଇବ। ସ୍ୱାଭାବିକ ମୃତ୍ୟୁ ଘଟଣାରେ କାର୍ଡଧାରୀଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଏବଂ ଦୁର୍ଘଟଣାଜନିତ ମୃତ୍ୟୁରେ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ। ଏହି କାର୍ଡଧାରୀମାନଙ୍କ ସାଧାରଣ ମୃତ୍ୟୁରେ ୩ ଲକ୍ଷ ଓ ଦୁର୍ଘଟଣାରେ ମୃତ୍ୟୁ ଘଟିଲେ ପରିବାରକୁ ୬ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିବ ବୋଲି ସେ କହିଥିଲେ ।
ଏହି କାର୍ଡ଼ରେ ସାମିଲ୍ ହେବାକୁ ସାଢ଼େ ୩ କୋଟି ଲୋକ ଥିବା ବେଳେ, ଏବେ ମାତ୍ର ୫୦ ଲକ୍ଷ ହିତାଧିକାରୀଙ୍କୁ ଏଥିରେ ସାମିଲ୍ କରାଯାଇପାରିଛି । ଆଗାମୀ ଦିନରେ ସମସ୍ତ ସାଢ଼େ ୩କୋଟି ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ୍ କରିବାକୁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ମନ୍ତ୍ରୀ ।
