Sat. Feb 21st, 2026

ନ୍ୟୁଜ ଡେକ୍ସ : ଭାରତ–ପାକିସ୍ତାନ ଅନ୍ତର୍ଜାତୀୟ ସୀମାରେ ଏକ ବଡ଼ ଷଡଯନ୍ତ୍ରକୁ ଭାରତୀୟ ସୁରକ୍ଷାବଳ ପଣ୍ଡ କରିଛନ୍ତି। ଜମ୍ମୁ–କାଶ୍ମୀରର ସାମ୍ବା ସେକ୍ଟରରେ ରବିବାର ସନ୍ଧ୍ୟାରେ ଭାରତୀୟ ଅଞ୍ଚଳକୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଥିବା ଜଣେ ପାକିସ୍ତାନୀ ନାଗରିକଙ୍କୁ ବିଏସ୍‌ଏଫ୍ ଯବାନମାନେ ଗୁଳି କରି ନିହତ କରିଛନ୍ତି।ବିଏସ୍‌ଏଫ୍ ଅଧିକାରୀଙ୍କ କହିବା ଅନୁଯାୟୀ, ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକିବାକୁ ଚେତାବନୀ ଦେଇଥିଲେ।

କିନ୍ତୁ ସେ ଆଗକୁ ବଢ଼ିବାରୁ ବାଧ୍ୟ ହୋଇ ସୁରକ୍ଷାବଳ ଗୁଳି ଚାଲାଇଥିଲେ। ଘଟଣାସ୍ଥଳରୁ କୌଣସି ବୈଧ କାଗଜପତ୍ର ମିଳିନଥିବା କୁହାଯାଇଛି।ଘଟଣା ପରେ ସମଗ୍ର ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଛି ଏବଂ ସୀମାରେ ସୁରକ୍ଷା ବ୍ୟବସ୍ଥା ଆହୁରି କଡ଼ାକଡ଼ି କରାଯାଇଛି। ଗଣତନ୍ତ୍ର ଦିବସ ପୂର୍ବରୁ ସମ୍ଭାବ୍ୟ ଅନୁପ୍ରବେଶ କିମ୍ବା ଷଡଯନ୍ତ୍ରକୁ ପ୍ରତିହତ କରିବା ପାଇଁ ସମସ୍ତ ଅନ୍ତର୍ଜାତୀୟ ସୀମାରେ ହାଇ ଆଲର୍ଟ ଜାରି ରହିଛି।

ଡିଆଇଜି ଶିବ କୁମାର ଶର୍ମା କହିଛନ୍ତି ଯେ, ବିଏସ୍‌ଏଫ୍‌, ସ୍ପେଶାଲ୍ ଅପରେସନ୍ସ ଗ୍ରୁପ୍ (ଏସ୍‌ଓଜି) ଓ ସୀମା ପୁଲିସ ଫୋର୍ସ ଦ୍ୱାରା ସମସ୍ତ ପ୍ରବେଶ ପଥରେ କଡ଼ା ନଜର ରଖାଯାଇଛି। ଚେକ୍ ପଏଣ୍ଟ୍, ଯାନବାହନ ଯାଞ୍ଚ ଓ ନିୟମିତ ପାଟ୍ରୋଲିଂ ଜାରି ରହିଛି।

Leave a Reply

Your email address will not be published. Required fields are marked *