Mon. Dec 23rd, 2024

ନ୍ୟୁଜ ଡେକ୍ସ: ସିବିଏସ୍ଇ ଦଶମ ଓ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଲାଗି ତାରିଖ ଘୋଷଣା ହୋଇଛି । ଫେବୃଆରୀ ୧୫ରୁ ପରୀକ୍ଷା ଆରମ୍ଭ ହୋବକୁ ଯାଉଛି । ପରୀକ୍ଷା ସକାଳ ୧୦.୩୦ରେ ଆରମ୍ଭ ହେବ । ସିବିଏସଇ ପକ୍ଷରୁ ୮୬ ଦିନ ପୂର୍ବରୁ ପରୀକ୍ଷା ସୂଚୀ ଜାରି କରାଯାଇଛି ।

ଫଳରେ ପ୍ରସ୍ତୁତି ଲାଗି ଛାତ୍ରଛାତ୍ରୀଙ୍କ ପାଇଁ ପର୍ଯ୍ୟାପ୍ତ ସମୟ ମିଳିପାରିବ । ଫେବୃଆରୀ 15ରୁ ଆରମ୍ଭ ହେବାକୁ ଥିବା ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା 18 ମାର୍ଚ୍ଚ ପର୍ଯ୍ୟନ୍ତ ଚାଲିବ। ପ୍ରଥମ ଦିନ ଇଂରାଜୀ ପରୀକ୍ଷା ଦେବେ ଛାତ୍ରଛାତ୍ରୀ। ସେହିଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଏପ୍ରିଲ 4 ପର୍ଯ୍ୟନ୍ତ ଜାରି ରହିବ। ଦ୍ୱାଦଶ ଶ୍ରେଣୀ ପାଇଁ ଇଣ୍ଟରପ୍ରେନ୍ୟୋରଶିପ ପରୀକ୍ଷା ଫେବୃଆରୀ 15ରେ ଅନୁଷ୍ଠିତ ହେବାକୁ ଥିବାବେଳେ ଫେବୃଆରୀ 17ରୁ ବିଷୟ-ନିର୍ଦ୍ଦିଷ୍ଟ ପରୀକ୍ଷା ଆରମ୍ଭ ହେବ।

ସିବିଏସ୍ଇ ବିଭିନ୍ନ ନିର୍ଦ୍ଦେଶାବଳୀ ଜାରି କରିଛି, ଯେଉଁଥିରେ ସବଜେକ୍ଟ କୋଡ୍, କ୍ଲାସ ସ୍ପେସିଫିକେଶନ, ଥିଓରୀ ଏବଂ ପ୍ରାକ୍ଟିକାଲ ପାଇଁ ସର୍ବାଧିକ ମାର୍କ, ପ୍ରୋଜେକ୍ଟ ୱାର୍କ, ଇଣ୍ଟରନାଲ ଆସେସମେଣ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ପରୀକ୍ଷାଗୁଡ଼ିକୁ ସୂଚାରୁ ରୂପେ ପରିଚାଳନା କରିବା ପାଇଁ ବିଦ୍ୟାଳୟଗୁଡ଼ିକୁ ବିଭିନ୍ନ ନିର୍ଦ୍ଦେଶାବଳୀକୁ କଡାକଡି ପାଳନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave a Reply

Your email address will not be published. Required fields are marked *