Mon. Feb 23rd, 2026

ନ୍ୟୁଜ ଡେକ୍ସ : ଛତିଶଗଡ଼ ସିମାନ୍ତରେ ଅବସ୍ଥିତ ସୁକମା ଜିଲ୍ଲାର ଜଙ୍ଗଲ ଅଞ୍ଚଳରେ ମାଓବାଦୀଙ୍କ ଅସ୍ତ୍ର ନିର୍ମାଣ କାରଖାନାକୁ ସୁରକ୍ଷାକର୍ମୀ ଧ୍ୱଂସ କରିଛନ୍ତି। DRG (District Reserve Guard) ଜବାନମାନଙ୍କ ଦ୍ୱାରା ଚାଲିଥିବା ବିଶେଷ ଅପରେସନ ସମୟରେ ଏହି ଗୋପନ କାରଖାନା ଚିହ୍ନଟ ହୋଇଥିଲା।ସୁକମା SP କିରଣ ଚୌହାନ ସୂଚନା ଦେଇଛନ୍ତି ଯେ, ମାଓବାଦୀ ମାନେ ସୁରକ୍ଷା ବଳଙ୍କୁ ଟାର୍ଗେଟ କରି ବଡ଼ ହିଂସାକାଣ୍ଡ ଘଟେଇବାର ଯୋଜନା କରୁଥିଲେ।

ସେହି ଉଦ୍ଦେଶ୍ୟରେ ସେମାନେ ଜଙ୍ଗଲ ଅଞ୍ଚଳରେ ଗୋପନ ଭାବରେ ଏକ ଅସ୍ତ୍ର ଓ ବିସ୍ଫୋରକ ତିଆରି କାରଖାନା ସଂଚାଳନ କରୁଥିଲେ।ଅପରେସନ ସମୟରେ ୧୭ଟି ରାଇଫଲ୍‌, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ଗୁଳି, ଏବଂ ଅସ୍ତ୍ର ନିର୍ମାଣର ଉପକରଣ ଉଦ୍ଧାର କରାଯାଇଛି। ସୁରକ୍ଷା ବଳ ଏହି ସମଗ୍ରୀକୁ ଜବତ କରି ପୂରା ଏଲାକାକୁ ସର୍ଚ୍ଚ ଅଭିଯାନ ଜାରି ରଖିଛି।ସୁରକ୍ଷା ବିଭାଗ ଉତ୍ସ ଅନୁସାରେ, ଆଖିରେ ଅନେକ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିବା ପରେ ମାଓ ସଂଗଠନ ଗୁରୁତର ଝଟକା ଖାଇଛି।

ସେଥିପାଇଁ ସଂଗଠନ ପୁନଃ ସକ୍ରିୟ ହେବା ପାଇଁ ଏଭଳି ଅସ୍ତ୍ର ନିର୍ମାଣ କାରଖାନା ତିଆରି କରିଥିଲେ।ସୁରକ୍ଷା ବଳ ଏହି ଅପରେସନ ପରେ ମାଲକାନଗିରି ଓ ସୁକମା ସୀମାନ୍ତରେ ସର୍ଚ୍ଚ ଓ ଡୋମିନେସନ ଅଭିଯାନ ଜାରି ରଖିଛି, ଯାହା ଫଳରେ ମାଓବାଦୀ ଚଳଚ୍ଚଳତା ଉପରେ ଗୁରୁତର ନିୟନ୍ତ୍ରଣ ଆଣିପାରିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *