ନ୍ୟୁଜ ଡେକ୍ସ: ରାଜ୍ୟରେ ଟ୍ରାଫିକ୍ ଏବଂ ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଶୃଙ୍ଖଳିତ ଓ ସୃଦୃଢ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ଟ୍ରାଫିକ୍ ଶାଖାରେ ୨ ହଜାର ନୂତନ ପଦବୀ ସୃଷ୍ଟି କରିବା ପାଇଁ ଅନୁମୋଦନ ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥାରେ ୭୦ଟି ନୂତନ ପଦବୀ ହୋଇଥିବା ବେଳେ ଜିଲ୍ଲାସ୍ତରୀୟ ସେଟ-ଅପ୍ରେ ୧୯୩୦ଟି ପଦବୀ ସୃଷ୍ଟି ହୋଇଛି। ରାଜ୍ୟସ୍ତରୀୟ ସେଟ-ଅପ୍ରେ ନିମ୍ନଲିଖିତ ଭାବେ ପଦବୀ ସୃଷ୍ଟି କରାଯାଇଛି। ଏଡିଜିପି/ଆଇଜିପି ଗୋଟିଏ ପଦବୀ, ଡିଆଇଜି (ପୋଲିସ) ଗୋଟିଏ ପଦବୀ, ଏସପି ୨ ଟି ପଦବୀ, ଡିଏସପି ୪ ଟି, ଇନ୍ସପେକ୍ଟର ୬ଟି, ଏସଆଇ ୮ଟି, ଏଏସଆଇ ୮ଟି, କନେଷ୍ଟବଳ ୨୨ଟି, ଡ୍ରାଇଭର ୧୦ଟି, ଏଷ୍ଟାବ୍ଲିସମେଣ୍ଟ ଅଫିସର ଗୋଟିଏ, ସେକ୍ସନ ଅଫିସର ଗୋଟିଏ, ଏ.ଏସ୍.ଓ ୩ ଟି ଓ ଜୁନିଅର ଆସିଷ୍ଟାଣ୍ଟ ପାଇଁ ୩ ଟି ପଦବୀ ସୃଷ୍ଟି ହୋଇଛି।
ସମୁଦାୟ ୭୦ଟି ପଦବୀ ସୃଷ୍ଟି ହୋଇଛି। ସେହିପରି ଜିଲ୍ଲାସ୍ତରୀୟ ସେଟଅପ୍ରେ ଡିଏସ୍ପି ପାଇଁ ୫ଟି ପଦବୀ, ଇନ୍ସପେକ୍ଟର ପାଇଁ ୪୧ଟି ପଦବୀ, ସବ୍- ଇନ୍ସପେକ୍ଟର ପାଇଁ ୮୩ ଟି ପଦବୀ, ଏଏସ୍ଆଇ ପାଇଁ ୮୩ଟି ପଦବୀ, ହାବିଲ୍ଦାର ୩୧୦ ଓ କନଷ୍ଟେବଲ ପାଇଁ ୧୪୦୮ଟି ପଦବୀ ସୃଷ୍ଟି କରାଯାଇଛି। ସମୁଦାୟ ୧୯୩୦ ଟି ପଦବୀ ସୃଷ୍ଟି ହୋଇଛି ।ଏହାଦ୍ୱାରା ରାଜ୍ୟର ଟ୍ରାଫିକ୍ ବ୍ୟବସ୍ଥା ସୁଦୃଢ଼ ହେବ ଏବଂ ସଡକ ସୁରକ୍ଷା କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଅନୁକରଣୀୟ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।
