ନ୍ୟୁଜ ଡେକ୍ସ : ଦୀପାବଳି ପରବ ପରେ ସୁନା ଓ ରୂପା ଦରରେ ଅବଶେଷରେ ସାମାନ୍ୟ ହ୍ରାସ ଦେଖାଯାଇଛି। ଏହି ଦରପତନ ଗ୍ରାହକମାନଙ୍କ ପାଇଁ ଏକ ସ୍ୱଳ୍ପ ଆଶ୍ୱସ୍ତିର ସୂଚନା ନେଇଆସିଛି।ଆଜି ୨୪ କ୍ୟାରେଟ ସୁନା ଦର ୧୦ ଗ୍ରାମ ପିଛା ୩,୩୮୦ ଟଙ୍କା କମି ୧,୨୭,୨୦୦ ଟଙ୍କାକୁ ଆସିଛି।
ଗତକାଲି ଏହି ମୂଲ୍ୟ ୧,୩୦,୫୮୦ ଟଙ୍କା ଥିଲା। ସେହିପରି ୨୨ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଗତକାଲି ୧,୧୯,୭୦୦ ଟଙ୍କା ଥିବାବେଳେ ଆଜି ୩,୧୦୦ ଟଙ୍କା କମି ୧,୧୬,୬୦୦ ଟଙ୍କାରେ ପହଞ୍ଚିଛି।ଏହି ହ୍ରାସ ପଛରେ ବିଶ୍ୱ ବଜାରରେ ମୂଲ୍ୟସ୍ଥିରତା ଓ ଡଲାର ମଜବୁତି ଥିବା କୁହାଯାଉଛି।ଅନ୍ୟପଟେ, ରୂପା ଦର ମଧ୍ୟ ଖସିଛି। ଭୁବନେଶ୍ୱରରେ ମଙ୍ଗଳବାର ରୂପା ଦର ୮,୦୦୦ ଟଙ୍କା କମି ୧,୮୨,୦୦୦ ଟଙ୍କା ପ୍ରତି କିଲୋ ହୋଇଥିଲା।
ଆଜି ଆଉ ୨,୦୦୦ ଟଙ୍କା ହ୍ରାସ ପରେ ଏହା ୧,୮୦,୦୦୦ ଟଙ୍କା ପ୍ରତି କିଲୋ ହୋଇଛି। ବଜାର ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଆଗାମୀ କିଛି ଦିନ ମଧ୍ୟ ସୁନା ଓ ରୂପା ଦରରେ ଅଲ୍ପ ରଫା-ଦଫା ଚାଲିଥିବା ଦେଖାଯାଇପାରେ।
