Thu. Feb 26th, 2026

ନ୍ୟୁଜ ଡେକ୍ସ : ଆଜି ଭାରତୀୟ ବଜାରରେ ସୁନା ଦର ଉଚ୍ଚ ସ୍ତରରେ ରହିଛି। ୧୦ ଗ୍ରାମ ପିଛା ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୩୩,୮୬୦ ଟଙ୍କାକୁ ପହଞ୍ଚିଥିବା ବେଳେ ୨୨ କ୍ୟାରେଟ୍ ସୁନା ଦର ୧,୨୨,୭୦୦ ଟଙ୍କା ରହିଛି।ରାଜଧାନୀ ଭୁବନେଶ୍ବରରେ ମଧ୍ୟ ସେହି ହାରରେ ସୁନା ଦର ଦେଖାଯାଇଛି। ଏଠାରେ ୨୪ କ୍ୟାରେଟ୍ ସୁନା ୧୦ ଗ୍ରାମ ପିଛା ୧,୩୩,୮୬୦ ଟଙ୍କା ଓ ୨୨ କ୍ୟାରେଟ୍ ସୁନା ୧,୨୨,୭୦୦ ଟଙ୍କାରେ ବିକ୍ରି ହେଉଛି।

ମୁମ୍ବାଇରେ ମଧ୍ୟ ୨୪ କ୍ୟାରେଟ୍ ସୁନା ଦର ୧,୩୩,୮୬୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୭୦୦ ଟଙ୍କା ରହିଛି।ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧,୩୪,୦୧୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୨,୮୫୦ ଟଙ୍କାକୁ ଛୁଇଁଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ୍ ସୁନା ୧,୩୪,୭୩୦ ଟଙ୍କା ଓ ୨୨ କ୍ୟାରେଟ୍ ୧,୨୩,୫୦୦ ଟଙ୍କାରେ ବିକ୍ରି ହେଉଛି। ସେହିପରି ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ୨୪ କ୍ୟାରେଟ୍ ଓ ୨୨ କ୍ୟାରେଟ୍ ସୁନାର ଦର ଯଥାକ୍ରମେ ୧,୩୩,୮୬୦ ଓ ୧,୨୨,୭୦୦ ଟଙ୍କା ରହିଛି। ଅନ୍ୟପଟେ, ରୁପା ମୂଲ୍ୟ ମଧ୍ୟ ଉଚ୍ଚ ସ୍ତରରେ ରହିଛି।

ଆଜି ରୁପା କିଲୋ ପିଛା ଦର ୧,୯୯,୧୦୦ ଟଙ୍କାକୁ ପହଞ୍ଚିଛି।ସୁନା କିଣିବା ସମୟରେ ଗ୍ରାହକମାନେ ଶୁଦ୍ଧତା ଯାଞ୍ଚ କରିବାକୁ ‘BIS Care app’ର ସହାୟତା ନେଇପାରିବେ। ସୁନାର ହଲମାର୍କ, ଲାଇସେନ୍ସ ନମ୍ବର କିମ୍ବା ପଞ୍ଜୀକରଣ ସଂଖ୍ୟା ଭୁଲ ଥିଲେ, ସରକାରଙ୍କ ନିକଟରେ ସିଧାସଳଖ ଅଭିଯୋଗ କରିବାର ସୁବିଧା ମଧ୍ୟ ରହିଛି। ଅଭିଯୋଗ ପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସମ୍ବନ୍ଧରେ ମଧ୍ୟ ସୂଚନା ମିଳିପାରିବ।

Leave a Reply

Your email address will not be published. Required fields are marked *