Thu. Oct 23rd, 2025

ନ୍ୟୁଜ ଡେକ୍ସ: ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତା ୱିଲିୟମ୍ସ ପ୍ରାୟ ୯ ମାସ ପରେ ପୃଥିବୀକୁ ଫେରୁଛନ୍ତି । ପୃଥିବୀକୁ ଫେରିବା ପାଇଁ ସେ ଆଇଏସ୍ଏସ୍ରୁ ବାହାରି ସାରିଛନ୍ତି । ମଙ୍ଗଳବାର ସକାଳ ୧୦.୩୦ ମିନିଟରେ ସେ ଇଣ୍ଟର୍ନ୍ୟାସନାଲ୍ ସ୍ପେସ୍ ଷ୍ଟେସନରୁ ଉଡାଣ ଭରିଛନ୍ତି ।

ସ୍ପେସକ୍ରାଫ୍ଟ ସ୍ପେସ୍ଏକ୍ସ ଡ୍ରାଗନ୍ ବୁଧବାର ସକାଳ ୩.୨୭ ମିନିଟ୍ରେ ଲ୍ୟାଣ୍ଡ କରିବ । ପ୍ରଧାମନ୍ତ୍ରୀ ମୋଦି ଚିଠିରେ ଲେଖିଛନ୍ତି, ପୂରା ଦୁନିଆ ସୁନୀତାଙ୍କ ଫେରିବା ବାଟକୁ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ଭାରତର ଝିଅ ସୁନୀତାଙ୍କ ସୁରକ୍ଷିତ ଫେରିବା ନେଇ ଚିନ୍ତା ବ୍ୟକ୍ତ କରିବା ସହ ସ୍ନେହ ସ୍ରଦ୍ଧା ଜଣାଇଛନ୍ତି। ଚିଠିରେ ପ୍ରଧାନମନ୍ତ୍ରୀ ଆହୁରି ଲେଖିଛନ୍ତି ଯେ, ଯଦିଓ ଆପଣ ଆମଠାରୁ ହଜାର ମାଇଲ ଦୂରରେ ଅଛନ୍ତି, ହେଲେ ଆପଣ ଆମ ହୃଦୟର ଖୁବ ନିକଟରେ ଅଛନ୍ତି। ପ୍ରଧାମନ୍ତ୍ରୀ ମୋଦି ଛିଠିରେ ଲେଖିଛନ୍ତି, ମୁଁ ଆପଣଙ୍କୁ ଭାରତୀୟଙ୍କ ପକ୍ଷରୁ ଶୁଭକାମନା ଜଣାଉଛି। ଆଜି ଏକ କାର୍ଯ୍ୟକ୍ରମରେ ମୁଁ ପ୍ରସିଦ୍ଧ ମହାକାଶଚାରୀ ମାଇକ ମାସିମିନୋଙ୍କୁ ଭେଟିଥିଲି।

ଆମେ କଥା ହେବା ସମୟରେ ଆପଣଙ୍କ ବିଷୟରେ ଆଲୋଚନା କରୁଥିଲୁ। ଆମେ ଆପଣଙ୍କ କାର୍ଯ୍ୟ ପାଇଁ କେତେ ଗର୍ବିତ ତାହା ଆଲୋଚନା କରିଥିଲୁ। ଏହି ଆଲୋଚନା ପରେ ମୁଁ ଚିଠି ଲେଖିବାରେ ନିଜକୁ ଅଟକାଇ ପାରିଲି ନାହିଁ। ଯେତେବେଳେ ମୁଁ ଆମେରିକା ଗସ୍ତ ସମୟରେ ରାଷ୍ଟ୍ରପତି ଟ୍ରମ୍ପ କିମ୍ବା ରାଷ୍ଟ୍ରପତି ବିଡେନଙ୍କୁ ଭେଟିଥାଏ, ମୁଁ ସର୍ବଦା ଆପଣଙ୍କ ବିଷୟରେ ପଚାରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *