Thu. Oct 23rd, 2025

ନ୍ୟୁଜ ଡେକ୍ସ: ସୁବର୍ଣ୍ଣରେଖା ନଦୀରେ ବନ୍ୟା । ଗାଁ ଭିତରକୁ ମାଡ଼ି ଆସିଲା ପାଣି । ସୁବର୍ଣ୍ଣରେଖା ନଦୀର ବନ୍ୟା ଜଳ ଆସିବା ନେଇ ପୂର୍ବରୁ ପ୍ରଶାସନ ପକ୍ଷରୁ କୌଣସି ସୂଚନା ନ ଥିଲା । ଯାହାକୁ ନେଇ ଗାଁ ଲୋକଙ୍କ ଭିତରେ ଦେଖାଦେଇଛି ଅସନ୍ତୋଷ । ହଠାତ୍ ଏତେ ମାତ୍ରାରେ ପାଣି ମାଡିବାରୁ ଗାଁ ଲୋକେ ପ୍ରଶାସନ ଉପରେ ବର୍ଷିଛନ୍ତି ।

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ସୁବର୍ଣ୍ଣରେଖା ନଦୀ କୂଳରେ ଥିବା ବାଉଁଶଖଣା ଓ ମାଟିଖଣା ଗାଁ ଲୋକେ ଏବେ ଆତଙ୍କିତ ହୋଇ ପଡିଛନ୍ତି । ଗତକାଲି ରାତିରେ ମୟୂରଭଞ୍ଜ ଜିଲ୍ଲାପାଳ ଓ ଏସପି ଗ୍ରାମକୁ ଆସି ସ୍ଥିତି ସମୀକ୍ଷା କରିଛନ୍ତି । ବନ୍ୟା ମୁକାବିଲା ପାଇଁ ଏନଡିଆରଏଫ୍, ଓଡରାଫ ଓ ଅଗ୍ନିଶମ ବାହିନୀ ମୁତୟନ ହୋଇଛନ୍ତି । ପାଣି ଘେର ଭିତରେ ଥିବା ଲୋକଙ୍କୁ ସକାଳେ ରିଲିଫରେ ଶୁଖିଲା ଖାଦ୍ୟ ଦିଆଯାଇଛି ।

ଏପଟେ ଲଗାଣବର୍ଷାରେ ବାଲେଶ୍ବର ସୁବର୍ଣ୍ଣରେଖାରେ ଜଳସ୍ତର ବଢିବାରେ ଲାଗିଛି। ରାଜଘାଟରେ ବିପଦ ସଙ୍କେତ ଟପିଲା ସୁବର୍ଣ୍ଣରେଖା । ବିପଦ ସଙ୍କେତ ୧୦.୩୬ ମି. ସଂଧ୍ୟା ୭ଟା ସୁଦ୍ଧା ଜଳସ୍ତର ୧୦.୮୮ ମି. ଥିଲା । ବାଲିଆପାଳର କୁଦମାନସିଂହ ଓ ଭୋଗରାଇର ଖଣାବାଡ଼ ଗାଁରେ ପଶିଲା ପାଣି ।

Leave a Reply

Your email address will not be published. Required fields are marked *