ନ୍ୟୁଜ ଡେକ୍ସ: ସୁଭଦ୍ରା ଯୋଜନାର ପ୍ରଥମ ପର୍ଯ୍ୟାୟର ଚତୁର୍ଥ କିସ୍ତି ପାଇବାକୁ ବଞ୍ଚିତ ହୋଇଛନ୍ତି ସେମାନଙ୍କ ପାଇଁ ବଡ ଖବର। ଏହିମାନେ ବ୍ୟାଙ୍କ ସହିତ ଯୋଗାଯୋଗ କରି NPCI କରନ୍ତୁ। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା। ଯେଉଁ ଆବେଦନକାରୀଙ୍କର ଏନ୍ପିସିଆଇ ତ୍ରୁଟି ରହିଛି, ସେମାନେ ଏହି ଯୋଜନାରେ ସାମିଲ ହୋଇପାରିନଥିଲେ ବ୍ୟାଙ୍କକୁ ଯିବାକୁ କହିଛନ୍ତି ଉପମୁଖ୍ୟମନ୍ତ୍ରୀ।
ଏହି ମହିଳାମାନେ ବ୍ୟାଙ୍କକୁ ଯାଇ ସମସ୍ୟା ଦୂର କରନ୍ତୁ ବୋଲି ଉପମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ଯେ, ଏନ୍ପିସିଆଇଜନିତ ସମସ୍ୟା ପାଇଁ ଏପର୍ଯ୍ୟନ୍ତ ୩,୩୧,୦୦୦ ହିତାଧିକାରୀ ସୁଭଦ୍ରା ଟଙ୍କା ପାଇପାରି ନାହାଁନ୍ତି। ଆସନ୍ତାକାଲି ଓ ପଅରଦିନ ଅର୍ଥାତ ଜାନୁଆରୀ ୨୯ ଏବଂ ୩୦ ତାରିଖରେ ଏନ୍ପିସିଆଇଜନିତ ତ୍ରୁଟି ଥିବା ମହିଳମାନେ ବ୍ୟାଙ୍କକୁ ଯିବେ। ଏହି ଦୁଇଦିନ ବ୍ୟାଙ୍କର କର୍ମଚାରୀମାନେ ସୁଭଦ୍ରା ପାଇଁ ଯାଇଥିବା ମହିଳାମାନଙ୍କର କାମକୁ ଗୁରୁତ୍ବ ଦେବେ। ଯେଉଁମାନଙ୍କୁ ବ୍ୟାଙ୍କ ସମସ୍ୟା ପାଇଁ କଲ୍ ଆସିଛି ସେମାନେ କେବଳ ଯିବେ।
ଏହି NPCI ପାଇଁ ନିଜେ ହିତାଧିକାରୀ ବ୍ୟାଙ୍କ ଯାଇ ଏହି କାର୍ଯ୍ୟ କରିବାକୁ ପଡିବ। ସେମାନେ KYC କରିଥିଲେ ମଧ୍ୟ NPCI ଲିଙ୍କ ନ ଥିବାରୁ ସେମାନଙ୍କ ନିକଟକୁ ଟଙ୍କା ଯାଇପାରିବ ନାହିଁ। ଏହି ଦୁଇଦିନ ପାଇଁ ବ୍ୟାଙ୍କ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ କୁହାଯାଇଛି। ସେମାନେ ସ୍ବତନ୍ତ୍ର ଡେସ୍କ କରି ସେଠାରେ ସୁଭଦ୍ରା ବ୍ୟାନରେ ଲଗାଇବା ପାଇଁ ଅନୁରୋଧ କରାଯାଇଛି। ସେହି ଡେସ୍କକୁ ଯାଇ ହିତାଧିକାରୀମାନେ ତୁରନ୍ତ ଏହି ଲିଙ୍କ କରାନ୍ତୁ ବୋଲି କୁହାଯାଇଛି।
