ନ୍ୟୁଜ ଡେକ୍ସ : ସୁଭଦ୍ରା କିସ୍ତିକୁ ନେଇ ସରକାରଙ୍କ ବଡ଼ ଘୋଷଣା। ନିର୍ଦ୍ଧାରିତ ସମୟ ଅର୍ଥାତ୍ ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ ଅବସରରେ ମହିଳାଙ୍କୁ ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି କୋଣାର୍କରୁ ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପ୍ରଭାତୀ କହିଛନ୍ତି, ଅଗଷ୍ଟ ୯ ତାରିଖରେ ୧କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ସୁଭଦ୍ରା କିସ୍ତି ମିଳିବ। କୋରାପୁଟ ଜୟପୁରରୁ ଏହାର ଶୁଭାରମ୍ଭ କରାଯିବ ।
କୋଟିଆର ଘରେ ଘରେ ସୁଭଦ୍ରା ପହଞ୍ଚାଇ ହେଉଛି, ଆମ ସରକାରର ଲକ୍ଷ୍ୟ । ଏକ କୋଟି ୨ ଲକ୍ଷ ୪୦ ହଜାର ଭଉଣୀମାନେ ରାକ୍ଷୀ ବନ୍ଧନ ଦିନ ମୁଖ୍ୟମନ୍ତ୍ରୀଙ୍କ ଠାରୁ ସୁଭଦ୍ରା ଟଙ୍କା ତୋଫା ଭାବେ ପାଇବେ। ଏକ ଲକ୍ଷ ୮୮ ହଜାର ସୁଭଦ୍ରା ହିତାଧିକାରୀଙ୍କ ଅଭିଯୋଗ ରହିଛି। ଯେଉଁମାନେ ଜମି ପଟା ଓ ଆୟକର ପାଇଁ ସୁଭଦ୍ରା ପାଇନାହାନ୍ତି ।
ସେମାନେ ଯୋଗ୍ୟ ବିବେଚିତ ଦେଲେ ଅଗଷ୍ଟ ୯ ରେ ପାଇବେ । ସେହିପରି ଯେଉଁମାନେ ରହିଯିବେ ବାକି ମାର୍ଚ୍ଚ ୮ରେ ସମସ୍ତ କିସ୍ତି ପାଇବେ ।ଅଢେଇ ଲକ୍ଷ ଟଙ୍କାରୁ ଅଧିକ ଆୟକର ଦାଖଲ ସୀମାରୁ ଅଧିକ ଥିବ , ତେବେ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ ।
