Sun. Feb 22nd, 2026

ନ୍ୟୁଜ ଡେକ୍ସ : ଚଳିତ ବର୍ଷ ଖଣ୍ଡଗିରି କୁମ୍ଭ ମେଳାକୁ ସୁରକ୍ଷିତ ଓ ସୁସଂଗଠିତ ଭାବେ ଆୟୋଜନ କରିବା ପାଇଁ ପ୍ରଶାସନ ତରଫରୁ କଡ଼ା ପଦକ୍ଷେପ ନିଆଯାଇଛି। ଜାନୁଆରୀ ୨୭ରୁ ଆରମ୍ଭ ହୋଇ ଫେବୃଆରୀ ୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳାକୁ ନଜରରେ ରଖି ଆଜି ବିଏମସି କାର୍ଯ୍ୟାଳୟରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି।ମେୟର ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ମେଳା ଅଞ୍ଚଳର ସୁରକ୍ଷା ବ୍ୟବସ୍ଥାକୁ ମୁଖ୍ୟ ଆଲୋଚନା ବିଷୟ କରାଯାଇଥିଲା।

ଏହି ଅବସରରେ ମେଳା ପରିସର ଓ ଆସପାସ ଅଞ୍ଚଳରେ ୧୦୦ଟି ସିସିଟିଭି କ୍ୟାମେରା ସ୍ଥାପନ ସହ ପୋଲିସ ଓ ବିଏମସି ଏନଫୋର୍ସମେଣ୍ଟ ଟିମ୍‌କୁ ବ୍ୟାପକ ଭାବେ ମୁତୟନ କରାଯିବାର ନିଷ୍ପତ୍ତି ହୋଇଛି।ଭକ୍ତ ଓ ସାଧୁ-ସନ୍ତଙ୍କ ସୁବିଧା ପାଇଁ ଗାଡ଼ି ପାର୍କିଂ, ପାନୀୟ ଜଳ, ଆଲୋକ, ଅଗ୍ନିଶମ ସେବା ଓ ଚିକିତ୍ସା ସୁବିଧାକୁ ମଜବୁତ କରାଯିବ। ଟ୍ରାଫିକ ବ୍ୟବସ୍ଥା ସୁଚାରୁ ରଖିବାକୁ ଟ୍ରାଫିକ ପୋଲିସଙ୍କ ସହ ଟ୍ରାଫିକ ଓ୍ୱାର୍ଡେନମାନେ ମଧ୍ୟ ନିୟୋଜିତ ହେବେ।

ଏହି ବୈଠକରେ ଏକାମ୍ର ବିଧାୟକ ବାବୁ ସିଂ, ଷ୍ଟାଣ୍ଡିଂ କମିଟି ଅଧ୍ୟକ୍ଷ ରାମଚନ୍ଦ୍ର ରଣସିଂହ ସହ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ, ସ୍ଥାନୀୟ କର୍ପୋରେଟର ଓ ମେଳା କମିଟିର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ପ୍ରଶାସନ ପକ୍ଷରୁ କୁହାଯାଇଛି ଯେ, ଭକ୍ତମାନେ ନିରାପଦ ଓ ସୁବିଧାଜନକ ଭାବେ କୁମ୍ଭ ମେଳାର ଆନନ୍ଦ ନେଇପାରିବେ, ସେଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ପୂରା ହୋଇଛି।

Leave a Reply

Your email address will not be published. Required fields are marked *