ନ୍ୟୁଜ ଡେକ୍ସ :ଲୋକସେବା ଭବନରେ ଆୟୋଜିତ ଦୁଇ ଦିନିଆ ଜାତୀୟ ସୁଶାସନ ଅଭ୍ୟାସ ସମ୍ପର୍କୀତ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ସମ୍ମିଳନୀରେ ଓଡ଼ିଶା ମଡେଲ ରଖିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଲେ, ବିପର୍ଯ୍ୟୟ ପ୍ରବଣ ରାଜ୍ୟରୁ ବାହାରି ଓଡ଼ିଶା ଏବେ ପ୍ରଗତିଶୀଳ ହୋଇଛି ।
ସୁଶାସନ ପ୍ରତ୍ୟେକ ଲୋକର ଅଧିକାର । ଆଉ ତାହା ଅଧିକାରୀଙ୍କ କର୍ତ୍ତବ୍ୟ । ଓଡ଼ିଶା ଶାସନ ଏବେ ପେପରଲେସ୍ ହୋଇଛି । ଆଗକୁ ଲୋକଙ୍କୁ ସୁଶାସନ ଯୋଗାଇ ଦେବାକୁ AI ଟେକ୍ନୋଲୋଜିର ମଧ୍ୟ ବ୍ୟବହାର କରାଯିବ । ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ଥିଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ।
ସାରା ଦେଶରୁ ୪ ଶହରୁ ଅଧିକ ପଦାଧିକାରୀ ଯୋଗ ଦେଇଛନ୍ତି । ଓଡ଼ିଶାରେ ଏଭଳି ଏକ କର୍ମଶାଳା ଆୟୋଜନ ସୁଯୋଗ ଦେଇଥିବାରୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରମନ୍ତ୍ରୀ ଏବଂ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
