ନ୍ୟୁଜ ଡେକ୍ସ: ରାଜ୍ୟରେ ସୁଦୃଢ ହେବ ଆଇନ ଶୃଙ୍ଖଳା ପରିସ୍ଥିତି। ସୃଷ୍ଟି ହେଲା ଅଢେଇ ହଜାର ନୂଆ ହୋମଗାର୍ଡ ପଦବୀ। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ ଦେଇଛନ୍ତି। ରାଜ୍ୟରେ ବର୍ତ୍ତମାନ ୧୭ ହଜାର ୬୭୫ ଗୃହରକ୍ଷୀ ପଦବୀ ରହିଛି।
ନୂଆ ପଦବୀ ସୃଷ୍ଟି ହେବା ପରେ ମୋଟ ପଦବୀ ସଂଖ୍ୟା ୨୦ ହଜାର ୧୭୫କୁ ବୃଦ୍ଧି ହୋଇଛି।ଅନୁମୋଦନ ପରେ ଏହା ଆଉ ୨୫୦୦କୁ ବୃଦ୍ଧି ହୋଇଛି । ୨୫୦୦ ନୂଆ ପଦବୀ ସୃଷ୍ଟି ହେବା ପରେ ସମୁଦାୟ ପଦବୀ ସଂଖ୍ୟା ୨୦, ୧୭୫କୁ ବୃଦ୍ଧି ହୋଇଛି ।ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସୁଦୃଢ କରିବା ପାଇଁ ରାଜ୍ୟ ପୋଲିସ ବାହିନୀରେ ପଦବୀ ସଂଖ୍ୟା ବୃଦ୍ଧି କରାଯିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିଲେ ।
ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨,୦୦୦ ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଥିବା ବେଳେ ଏବେ ଗୃହରକ୍ଷୀ ବିଭାଗରେ ୨,୫୦୦ ନୂଆ ପଦବୀ ସୃଷ୍ଟି କରିଛନ୍ତି । ରାଜ୍ୟ ପୋଲିସ ବିଭାଗର ବିଭିନ୍ନ ଶାଖାରେ ପ୍ରାୟ ୧୨ ହଜାର ପଦବୀ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ପୂର୍ବରୁ ଘୋଷଣା କରିଛନ୍ତି।
