ନ୍ୟୁଜ ଡେକ୍ସ : ସେପ୍ଟେମ୍ବର ୧୫ରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡି ଦର୍ଶନ । ମ୍ୟାନେଜିଙ୍ଗ କମିଟି ଗଠନ ସରିବା ପରେ ପ୍ରଥମ ମିଟିଂରେ ହୁଣ୍ଡି ଶିଫ୍ଟ ପରେ ଧାଡି ଦର୍ଶନ ଆରମ୍ଭ ହେବ । ମନ୍ଦିର ପ୍ରଶାସନ ପ୍ରସ୍ତୁତ ଅଛି ଖୁବ ଶୀଘ୍ର ଧାଡି ଦର୍ଶନ ଆରମ୍ଭ ହେବ । ୩ ରୁ ୪ ଦିନ ଭିତରେ କମିଟି ଗଠନ ଶେଷ ହେବ। ଏହା ପରେ ବୈଠକ ବସିବ।
ଏନେଇ ଆଜି ସୂଚନା ଦେଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।ଧାଡ଼ି ଦର୍ଶନ ପାଇଁ ମନ୍ଦିର ପ୍ରଶାସନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛି । ଏହାଦ୍ବାରା ଭିଡ଼ ନିୟନ୍ତ୍ରଣ ହୋଇପାରିବ, ଶ୍ରଦ୍ଧାଳୁଙ୍କ ପାଇଁ ସୁଗମ ହେବ । ୩ରୁ ୪ ଦିନ ଭିତରେ ପରିଚାଳନା କମିଟି ଗଠନ ହେବ । ପ୍ରଥମ ବୈଠକରେ ହୁଣ୍ଡି ସିଫ୍ଟ ପରେ ଧାଡ଼ି ଦର୍ଶନ ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ପୂର୍ବରୁ କହିଥିଲେ, ଜାନୁଆରିରୁ ଶ୍ରୀମନ୍ଦିରରେ ଭିତର ଦର୍ଶନ ଲାଗି ଧାଡ଼ି ବ୍ୟବସ୍ଥା ଲାଗୁ ହେବ ।
କିନ୍ତୁ ଜାନୁଆରିରେ ହୋଇନଥିଲା । ଆଠ ମାସ ପରେ ଧାଡ଼ି ଦର୍ଶନ ବ୍ୟବସ୍ଥା ନେଇ ଘୋଷଣା କରିଛନ୍ତି ଆଇନମନ୍ତ୍ରୀ । ଏହାଦ୍ବାରା ଭିତର ଦର୍ଶନ ସମୟରେ ସାତ ପାହାଚ ଦ୍ଵାରରେ ପ୍ରବେଶ କରି ଭକ୍ତ ଘଣ୍ଟି ଦ୍ଵାର ଓ ଗାରଦ ଦ୍ଵାରରେ ବାହାରି ପାରିବେ । ଘଣ୍ଟି ଦ୍ଵାରରେ ମହିଳା ଓ ବରିଷ୍ଠ ନାଗରିକ, ଗାରଦ ଦ୍ଵାରରେ ପୁରୁଷଙ୍କ ପାଇଁ ପ୍ରସ୍ଥାନ ରହିବ ।
