ନ୍ୟୁଜ ଡେକ୍ସ : ଆସନ୍ତା ମାସ ୨୮ ତାରିଖରେ ଦ୍ୱିତୀୟ ମେଡିଏସନ କନଫରେନ୍ସ ଓଡ଼ିଶାରେ ହେବାକୁ ଯାଉଛି । ଯୋଗ ଦେଇପାରନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏ ନେଇ ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ।
ସେ କହିଛନ୍ତି, ୨୦୨୩ରେ କେନ୍ଦ୍ର ସରକାରଙ୍କ ଏକ ଯୁଗନ୍ତକାରୀ ଆଇନ ଆଣିଥିଲେ । ପୂର୍ବ ବର୍ଷ ମେଡିଏସନ କନଫରେନ୍ସ ଦିଲ୍ଲୀରେ ଆୟୋଜିତ ହୋଇଥିଲା ।ଏହି ମେଡିଏସନ ସମ୍ମିଳନୀ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କୁ ଆସିବାକୁ ଅନୁରୋଧ କରିଛୁ ।
ପ୍ରଧାନ ବିଚାରପତି, ହାଇକୋର୍ଟ ମୁଖ୍ୟ ବିଚାରପତି ମାନେ ମଧ୍ୟ ଉପସ୍ଥିତ ରହିବେ । ଆଗାମୀ ଦିନରେ ଏହି ସମ୍ମିଳନୀ ବିଭନ୍ନ କେସ୍ରେ ଲିଟିଗେସନ କମାଇବ । ଏହି ଆଲୋଚନା ଦ୍ୱାରା ମେଡିଏସନ ଆକ୍ଟର ସୁଗମତା ହୋଇ ପାରିବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି ।
