Sun. Feb 22nd, 2026

ନ୍ୟୁଜ ଡେକ୍ସ : ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ଅଭିଯୋଗ ଶୁଣାଣି ବନ୍ଦ ରହିବ। ୧୭ତମ ଓଡ଼ିଶା ବିଧାନସଭାର ଷଷ୍ଠ ଅଧିବେଶନ ଚାଲୁ ଥିବାରୁ ଫେବୃଆରୀ ୨୩ ତାରିଖରେ ହେବାକୁ ଥିବା ଜନ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଛି।ସାଧାରଣ ପ୍ରଶାସନ ଏବଂ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ଜାରି ହୋଇଥିବା ଏକ ସରକାରୀ ବିଜ୍ଞପ୍ତିରେ ଏନେଇ ସୂଚନା ଦିଆଯାଇଛି।

ବିଧାନସଭା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ସେହି ଦିନ ପାଇଁ ସ୍ଥିର ହୋଇଥିବା ଶୁଣାଣିକୁ ବାତିଲ କରାଯାଇଥିବା ବିଭାଗ ସ୍ପଷ୍ଟ କରିଛି।ପରବର୍ତ୍ତୀ ସାଧାରଣ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟାନ୍ୟ ଗଣମାଧ୍ୟମ ମାଧ୍ୟମରେ ସାଧାରଣ ଲୋକଙ୍କୁ ଜଣାଇଦିଆଯିବ ବୋଲି କୁହାଯାଇଛି।

ବିଧାନସଭା ଅଧିବେଶନ ଚାଲିଥିବା ପରିପ୍ରେକ୍ଷିତରେ ଚଳିତ ମାସରେ ଏହା ପ୍ରଥମ ଥର ପାଇଁ ଜନ ଅଭିଯୋଗ ଶୁଣାଣି ବାତିଲ ହୋଇଛି।

Leave a Reply

Your email address will not be published. Required fields are marked *