Thu. Oct 23rd, 2025

ନ୍ୟୁଜ ଡେକ୍ସ : ତୃତୀୟ ଦିନରେ ମଧ୍ୟ ଗୃହ ଅଧିକ ସମୟ ପର୍ଯ୍ୟନ୍ତ ଚାଲିପାରିଲା ନାହିଁ। ରାଜ୍ୟରେ ଦେଖାଯାଇଥିବା ସାର ସମସ୍ୟାକୁ କେନ୍ଦ୍ର କରି ବିଜୁ ଜନତା ଦଳ (ବିଜେଡି)ର ବିଧାୟକମାନେ ଗୃହରେ ନାରାବାଜି କରିଛନ୍ତି। ଆଲୋଚନା ସୁରୁଖୁରୁରେ ଆଲୋଚନା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ଏହା ହୋଇପାରି ନାହିଁ।ଗୃହ କାର୍ଯ୍ୟର ଦ୍ଵିତୀୟାର୍ଦ୍ଧରେ ଆରମ୍ଭରୁ ବିଜେଡିର ବିଧାୟକମାନେ ନାରାବାଜି କରିଛନ୍ତି।

ସାର ପ୍ରସଙ୍ଗରେ ବିଜେଡି ବିଧାୟକ ଗୃହ ମଧ୍ୟଭାଗକୁ ଆସି ହଟ୍ଟଗୋଳ କରିଥିଲେ । ଯାହା ଫଳରେସୋମବାର ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଲେ ବାଚସ୍ପତି ସୁରମା ପାଢ଼ୀ ।ତେବେ ସୂଚନା ମୁତାବକ, ଗୃହ ଆରମ୍ଭରୁ ଜର୍ଜ ତିର୍କିଙ୍କ ପରଲୋକ ଉପରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଶୋକ ପ୍ରସ୍ତାବକୁ ସମର୍ଥନ କରିଥିଲେ ବିରୋଧୀ ଦଳ ଉପନେତା ଓ କଂଗ୍ରେସ ବିଧାୟକ ଦଳ ନେତା । ଏହାପରେ ପୁଣି ଆରମ୍ଭ ହୋଇଥିଲା ହଟ୍ଟଗୋଳ। ହଙ୍ଗାମା ଭିତରେ ବିଧାନସଭା ଗୃହ ଚାଲିପାରି ନାହିଁ । ସାର ପ୍ରସଙ୍ଗରେ ପୁଣିଥରେ ବିରୋଧି ହଟ୍ଟଗୋଳ କରିଥିଲେ ।

ବାଚସ୍ପତିଙ୍କ ପୋଡ଼ିୟମ୍ ତଳେ ହୋହଲ୍ଲା ସହ ନାରାବାଜି କରିଥିଲେ ବିରୋଧୀ ସଦସ୍ୟ । ଫଳରେ ଅପରାହ୍ନ ୪ଟା ଯାଏଁ ଗୃହ ମୁଲତବୀ ରଖିଥିଲେ ବାଚସ୍ପତି । ତେବେ ଅପରାହ୍ନରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଥିଲା । ଗୃହର ମଧ୍ୟଭାଗରେ ହଟ୍ଟଗୋଳ କରିଥିଲେ ବିଜେଡି ବିଧାୟକ ।

Leave a Reply

Your email address will not be published. Required fields are marked *