Sun. Feb 22nd, 2026

ନ୍ୟୁଜ ଡେକ୍ସ : କିଛି ଦିନର ବ୍ୟବଧାନ ପରେ ପୁଣିଥରେ ସୋସିଆଲ୍ ମିଡିଆରେ ବିଜୁ ଜନତା ଦଳ (ବିଜେଡି)କୁ କଟାକ୍ଷ କରିଛନ୍ତି ନେତ୍ରୀ ଶ୍ରୀମୟୀ ମିଶ୍ର। ବିଜେଡି ଭିତରେ ଚାଲିଥିବା ଉତ୍ତରାଧିକାରୀ ଟଣାଓଟରା ଓ ଗୋଷ୍ଠୀକଳହକୁ ନେଇ ସେ ଖୋଲାଖୋଲି ଆକ୍ଷେପ କରିଛନ୍ତି।

ଶ୍ରୀମୟୀ ମିଶ୍ର ସୁଜାତା କାର୍ତ୍ତିକେୟନ ପାଣ୍ଡିଆନଙ୍କ ଏଣ୍ଟ୍ରିକୁ ନେଇ ପ୍ରଶ୍ନ ଉଠାଇଥିବା ବେଳେ, ବିଜେଡିର ଭବିଷ୍ୟତ ନେତୃତ୍ୱକୁ ନେଇ ଦଳ ଭିତରେ ଚାଲିଥିବା ଅନ୍ତର୍ଦ୍ୱନ୍ଦ୍ୱକୁ ସେ ତୀବ୍ର ଭାଷାରେ ସମାଲୋଚନା କରିଛନ୍ତି। ବିଜେଡି ଯୁବନେତାଙ୍କ ବଣଭୋଜିକୁ ନେଇ ମଧ୍ୟ ସେ କଟାକ୍ଷ କରି, ଏହାର “ଗୁମର” ଖୋଲିଦେଇଥିବା ଦାବି କରିଛନ୍ତି। କିଏ କାହା ଟିମ୍‌ରେ ରହିବ ତାକୁ ନେଇ ଚାଲିଛି ଟଣାଓଟରା ।

ବିଜେଡି ମୁଖିଆ କାହାକୁ ଗୁରୁତ୍ଵ ଦେଉନଥିବା ନେଇ ଶ୍ରୀମୟୀ ବ୍ୟଙ୍ଗ କବିତା ଲେଖିଛନ୍ତି । କାହାର ହେବ ସବୁଜ ମୁକୁଟ, ମୁଖିଆ ଦେଉନାହାନ୍ତି କାହାକୁ ଗୁରୁତ୍ଵ । ବଣ ଭୋଜି ଖାଇ କିଛି ଆଶ୍ବସ୍ତ, ଅଧିକାର ସାବ୍ୟସ୍ତ ପାଇଁ ଟଣାଓଟରା । କାହା ଟିମ୍‌ରେ କିଏ ଦେବ ଧରା, କିଏ ଅନୁଗତ ହେବାର ନାଟକ କଲା । ବିଜେଡିର ଉତ୍ତରାଧିକାରୀ ନେଇ ମୁଖିଆ ଦେଲେନି ସବୁଜ ସଙ୍କେତ ବୋଲି ଶ୍ରୀମୟୀ କଟାକ୍ଷ କରିଛନ୍ତି ।

Leave a Reply

Your email address will not be published. Required fields are marked *