ନ୍ୟୁଜ ଡେକ୍ସ: ନୃଶଂସ ପାଲଟିଲା ସ୍ୱାମୀ। ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ନିର୍ଦ୍ଦୟୀ ସ୍ଵାମୀ। ଦେବଗଡ଼ ଜିଲ୍ଲା କୁଣ୍ଢେଇଗୋଳା ଥାନାଞ୍ଚଳ ଝରାଡିହି ଗ୍ରାମରେ ଘଟିଛି ଏଭଳି ଲୋମହର୍ଷଣକାରୀ ଘଟଣା। ମୃତକ ମହିଳା ହେଲେ ସେହି ଗ୍ରାମର ବିଭୂତି ଭୂଷଣ ପ୍ରଧାନଙ୍କ ସ୍ତ୍ରୀ ଚଞ୍ଚଳା ପ୍ରଧାନ।
ସୂଚନା ଅନୁସାରେ, ଅରଖପାଳ ଗ୍ରାମର ରମେଶ ମାଝୀଙ୍କ ଝିଅ ଚଞ୍ଚଳା ପ୍ରଧାନ (୨୬ବର୍ଷ) ୮ ବର୍ଷ ପୂର୍ବେ ଝରାଡିହ ଗ୍ରାମର ଜଗ ପ୍ରଧାନଙ୍କ ପୁଅ ବିଭୁତି ଭୂଷଣ ପ୍ରଧାନଙ୍କୁ ପ୍ରେମ ବିବାହ କରିଥିଲେ। ଉଭୟଙ୍କର ତିନୋଟି ପୁଅ ଅଛନ୍ତି। ତେବେ ସ୍ୱାମୀ ବିଭୁତି ବହୁ ସମୟରେ ଚଞ୍ଚଳାଙ୍କୁ ମାଡ଼ ମାରୁଥିଲେ। ଗତକାଲି କୌଣସି କାରଣରୁ ଉଭୟଙ୍କ ମଧ୍ୟରେ କାଳିଗୋଳ ହୋଇଥିଲା ଏବଂ ବିଭୁତି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।
ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଛତାବର ଡାକ୍ତରଖାନାରେ ଭର୍ତି କରିଥିଲେ। ଡାକ୍ତର ଚଞ୍ଚଳାଙ୍କୁ ମୃତ ଘୋଷଣା କରିବା ପରେ ବିଭୁତି ମୃତ ସ୍ତ୍ରୀଙ୍କ ଶବ ପାଖରେ ତିନି ଛୁଆଙ୍କୁ ଛାଡି ଫେରାର ମାରିଥିଲେ। ପୋଲିସ ଘଟଣା ସମ୍ପର୍କରେ ଜାଣି ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀକୁ ଖୋଜୁଛି। ବର୍ତ୍ତମାନ ମୃତକଙ୍କ ପାଖରେ ଉଭୟ ପରିବାର ଅଛନ୍ତି।
