ନ୍ୟୁଜ ଡେକ୍ସ: ଦିଲ୍ଲୀରୁ ଆସିଲା ଅତୁଲ୍ ସୁଭାସଙ୍କ ଭଳି ମାମଲା। ପତ୍ନୀଙ୍କ ନିର୍ଯାତନା ସହିନପାରି ଆତ୍ମହତ୍ୟା କଲା ସ୍ବାମୀ । ୫୪ ମିନିଟର ଭିଡିଓ ସେୟାର୍ କରି ଜଣାଇଲେ ଦୁଃଖ। ରାଜଧାନୀ ଦିଲ୍ଲୀର ମଡେଲ୍ ଟାଉନ୍ ଅଞ୍ଚଳରୁ ଆସିଛି ଏକ ଖବର। ମୃତ୍ୟୁ ପୂର୍ବରୁ ଭିଡ଼ିଓ କରି ସୁଇସାଇଡ୍ କରିଛନ୍ତି ପୀଡିତ ପୁରୁଷ। ମୃତ ଯୁବକଙ୍କ ନାଁ ପୁନୀତ ଖୁରାନା। ସେ ଦିଲ୍ଲୀର ଅନ୍ୟତମ ଜଣାଶୁଣା କାଫେ ‘ଉଡ୍ବକ୍ସ’ର ଯୁଗ୍ମ ପ୍ରତିଷ୍ଠାତା ଥିଲେ। ପତ୍ନୀ ମାଣିକ ଜଗଦୀଶ ପହୱାଙ୍କ ସହିତ ମିଶି ସେ ଏହି କାଫେ ତିଆରି କରିଥିଲେ।
୨୦୧୬ରେ ସେମାନେ ବିବାହ କରିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ସମ୍ବନ୍ଧ ଆଉ ଭଲ ନଥିଲା। କୋର୍ଟରେ ସେମାନଙ୍କ ବିବାହ ବିଚ୍ଛେଦ ମାମଲା ଚାଲିଥିବା ବେଳେ ଆତ୍ମହତ୍ୟା କରିଛନ୍ତି ପୁନୀତ ଖୁରାନା। ବ୍ୟବସାୟକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା ବୋଲି ଜଣାପଡ଼ିଛି।ପୁନୀତ ଖୁରାନାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କ ଉପରେ ଖୁବ୍ ଅସନ୍ତୁଷ୍ଟ ଥିଲେ।
ମୃତ୍ୟୁ ପୂର୍ବରୁ ୩୦ ତାରିଖ ବିଳମ୍ବିତ ରାତିରେ ପତ୍ନୀଙ୍କୁ ଫୋନ୍ କରିଥିଲେ ପୁନୀତ ଖୁରାନା। ସେହି ସମୟରେ ସେମାନଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳପ ସାମ୍ନାକୁ ଆସିଛି। ୧୬ ମିନିଟ୍ରେ ଏହି ବାର୍ତ୍ତାଳପରେ ପୁନୀତ ଓ ତାଙ୍କ ପତ୍ନୀଙ୍କ ମଧ୍ୟରେ କେବଳ ଝଗଡ଼ା ହୋଇଛି। ଏମିତିକି ପୁନୀତଙ୍କୁ ତାଙ୍କ ପତ୍ନୀ ଅଶ୍ଲୀଳ ଭାଷାରେ ଗାଳିଗୁଲଜ ମଧ୍ୟ କରିଛନ୍ତି।