Mon. Dec 23rd, 2024

ନ୍ୟୁଜ ଡେସ୍କ: ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ବାତ୍ୟା ‘ଦାନା’ ଶକ୍ତିଶାଳୀ ହୋଇ ସ୍ଥଳଭାଗ ମୁହାଁ ହୋଇଛି। ‘ଦାନା’ର ପ୍ରଭାବରେ ସାମୁଦ୍ରିକ ବାତ୍ୟା ‘ଦାନା’ପ୍ରଭାବରେ ତୁହାକୁ ତୁହା ବର୍ଷା ସହିତ ପବନ ବେଗ ମଧ୍ୟ ଧୀରେଧୀରେ ବଢ଼ିବାରେ ଲାଗିଛି। ପାଗ ଅଧିକ କୋହଲା ହେବାରେ ଲାଗିଥିବାବେଳେ ସମୁଦ୍ର ଅଶାନ୍ତ ହେବା ସହିତ ଉଚ୍ଚା ଜୁଆର ସୃଷ୍ଟି ହେଉଛି।

ସକାଳ ସୁଦ୍ଧା ପାରାଦୀପରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ପାରାଦୀପରେ ସର୍ବାଧିକ ୬୨.୯ ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି ଚାନ୍ଦବାଲିରେ ୪୬.୨, କୁଜଙ୍ଗ ଓ ରାଜକନିକାରେ ୨୭ ମିମି, ରାଜନଗରରେ ୨୪ ଓ ନୀଳଗିରିରେ ୨୩ ମିଲିମିଟର, ପଟ୍ଟାମୁଣ୍ଡାଇରେ ୨୨.୫, ଆଳିରେ ୨୧ ମିମି ବର୍ଷା ରେକର୍ଡ ହୋଇଛି। ବାତ୍ୟା ପ୍ରଭାବରେ ବଡ଼ି ଭୋରୁ ଝିପଝିପି ବର୍ଷ ଆରମ୍ଭ ହୋଇଯାଇଛି।

ତେବେ ଗତକାଲି ଅପରାହ୍ନ ଠାରୁ ଭଦ୍ରକ, କେନ୍ଦ୍ରାପଡା, ବାଲେଶ୍ଵର, ଜଗତସିଂହପୁର ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ଦେଖିବାକୁ ମିଳିଥିଲା। ଆଜି ସେଇସବୁ ସ୍ଥାନରେ ବର୍ଷାର ପରିମାଣ ବଢୁଥିବା ବେଳେ ଆଜି ସକାଳୁ ପୁରୀ, ଖୋର୍ଦ୍ଧା ଏବଂ କଟକ ଜିଲ୍ଲାରେ ହାଲୁକା ଧାରଣ ବର୍ଷା ଅନୁଭୂତ ହେଉଛି। ଏପଟେ ରାଜଧାନୀରେ ମଧ୍ୟ ତୁହାକୁ ତୁହା ବର୍ଷା ଲାଗି ରହିଛି।

Leave a Reply

Your email address will not be published. Required fields are marked *