ନ୍ୟୁଜ ଡେସ୍କ: ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ହେଲେ ଆତିଶୀ ମର୍ଲେନା। ମୁଖ୍ୟମନ୍ତ୍ରୀ ଭାବେ ଶପଥ କରାଇଲେ ଉପରାଜ୍ୟପାଳ । ଆତିଶୀଙ୍କ ସହ ମନ୍ତ୍ରୀମାନେ ମଧ୍ୟ ଶପଥ ଗ୍ରହଣ କରିଛନ୍ତି । ଗୋପାଳ ରାୟ ଓ କୈଳାସ ଗେହଲଟ ମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଛନ୍ତି।
ତାଙ୍କ ସହ କ୍ୟାବିନେଟର ଅନ୍ୟ ପାଞ୍ଚ ଜଣ ମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି। ଉପରାଜ୍ୟପାଳ ବିନୟ କୁମାର ସକ୍ସେନା ମୁଖ୍ୟମନ୍ତ୍ରୀଙ୍କ ସମେତ କ୍ୟାବିନେଟ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି। ପୂର୍ବରୁ ଆଦମୀ ପାର୍ଟି ବିଧାୟକ ଦଳ ବୈଠକରେ ସର୍ବସମ୍ମତିରେ ମନୋନୀତ ହୋଇଥିଲେ ଆତିଶୀ ମାର୍ଲେନା। ଆପ୍ ବିଧାୟକ ଦଳ ବୈଠକରେ ଦଳର ନେତା ଭାବେ ଆତିଶୀ ନିର୍ବାଚିତ ହେବା ପରେ ତାଙ୍କୁ ପରିବର୍ତ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ଆମ ଆଦମୀ ପାର୍ଟି ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।
ଆପ୍ ନେତ୍ରୀ ଆତିଶୀ ଦିଲ୍ଲୀର ତୃତୀୟ ମହିଳା ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ଏଥିସହ ସେ ସର୍ବକନିଷ୍ଠ ଭାବେ ଜାତୀୟ ରାଜଧାନୀର ସମ୍ମାନଜନକ ମୁଖ୍ୟମନ୍ତ୍ରୀ ଆସନ ଅଳଙ୍କୃତ କରିଛନ୍ତି । ସ୍ୱାଧୀନ ଭାରତର ସପ୍ତଦଶ ମହିଳା ଭାବେ ମଧ୍ୟ ସେ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ।