Sat. Feb 21st, 2026

ନ୍ୟୁଜ ଡେକ୍ସ: ଅସୁସ୍ଥ ହୋଇପଡିଛନ୍ତି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତଥା ଆର୍ବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ତାଙ୍କୁ ଚେନ୍ନାଇର ଆପୋଲ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଶକ୍ତିକାନ୍ତ ଦାସ ଏସିଡିଟି ଅନୁଭବ କରିବା ପରେ ତାଙ୍କୁ ଆପୋଲୋ ହସ୍ପିଟାଲ୍କୁ ନିଆଯାଇଥିଲା।

ତେବେ ସୂଚନା ମୁତାବକ, ତାଙ୍କର ଏସିଡିଟି ସମସ୍ୟା ଥିବା ସହ ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହୋଇଥିଲା । ଏଥିପାଇଁ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କେନ୍ଦ୍ରୀୟ ବ୍ୟାଙ୍କର ପ୍ରବକ୍ତା ମଧ୍ୟ ଏହି ଖବର ସ୍ପଷ୍ଟ କରିଛନ୍ତି । ସେ କହିଛନ୍ତି, ଶକ୍ତିକାନ୍ତ ଦାସଙ୍କ ଏସିଡିଟି ସମସ୍ୟା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଏସିଡିଟି ସମସ୍ୟା ଅତ୍ୟଧିକ ବଢି ଯିବାରୁୁ ଅବସ୍ଥା ଗୁରୁତର ହୋଇଥିଲା । ଚିକିତ୍ସା ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ପରିବର୍ତ୍ତନ ଆସିଛି । ୩ ରୁ ୪ ଘଣ୍ଟା ପରେ ତାଙ୍କୁ ଡିସଚାର୍ଜ କରାଯିବ ବୋଲି କୁହାଯାଉଛି । ତେବେ ଏନେଇ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ମିଳିନାହିଁ ।

Leave a Reply

Your email address will not be published. Required fields are marked *