Thu. Oct 23rd, 2025

ନ୍ୟୁଜ ଡେକ୍ସ: ହନୁମାନ ଜୟନ୍ତୀ ପାଇଁ ସମ୍ବଲପୁରରେ ହାଇ ଆଲର୍ଟ । ବିଭିନ୍ନ ସ୍ଥାନରୁ ବାହାରିବ ଶୋଭାଯାତ୍ରା । ଏହାକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଭାବେ ସୁରକ୍ଷା ବ୍ୟବସ୍ଥା ହୋଇଛି । ଆଇନଶୃଙ୍ଖଳା ଦାୟିତ୍ୱରେ ରହିବେ ୨୦୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ନଜର ରଖିବ ୬୫୦ ସିସିଟିଭି । ସାରା ଓଡ଼ିଶାରେ ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସ ପକ୍ଷରୁ ଫ୍ଲାଗମାର୍ଚ୍ଚ ଜାରି ରହିଛି। ୬୫୦ ସିସିଟିଭି ଓ ୪୦ଟି ଡ୍ରୋନ ସାହାଯ୍ୟରେ ଆଇନଶୃଙ୍ଖଳାକୁ ମନିଟର କରାଯାଉଛି। ଅଧିକ ଫୋକସ୍ ରହିଛି ସମ୍ବଲପୁର ଓ ଭଦ୍ରକ ଉପରେ। ଧାର୍ମିକ ସ୍ଥଳ ଗୁଡିକରେ ପୋଲିସ ପିକେଟିଂ କରୁଛି । ସୋସିଆଲ୍ ମିଡିଆ ପୋଷ୍ଟ ଉପରେ କଡ଼ା ନଜର ରହିଛି ।

ଗୁଜବକାରୀଙ୍କ ଉପରେ ନଜର ରଖିବା ପାଇଁ ସ୍ପେଶାଲ ସାଇବର ଟିମ ଗଠନ କରାଯାଇଛି । ପ୍ରତି ଜିଲ୍ଲାରେ ଅତ୍ୟାଧୁନିକ କଣ୍ଟ୍ରୋଲ ରୁମ୍‌ ରହିଛି। ଜିଲ୍ଲାପାଳ ଓ ଏସ୍‌ପିଙ୍କ ସହ ଶାନ୍ତି କମିଟି ମିଟିଂ ସରିଛି। ଏହାସହ ଅପରାହ୍ନ ୩ଟାରୁ ରାତି ୯ଟା ଯାଏ ଧନୁପାଲିରୁ ଟାଉନ ପର୍ଯ୍ୟନ୍ତ ଯାନବାହାନ ଚଳାଚଳ ବନ୍ଦ ରହିବ ।

Leave a Reply

Your email address will not be published. Required fields are marked *