ନ୍ୟୁଜ ଡେକ୍ସ: ହରିୟାଣା ମୁଖ୍ୟମନ୍ତ୍ରୀ ପଦ ବଜାୟ ରଖିବେ ନାଏବ ସିଂ ସୈନୀ । ଆଜି ସୈନୀଙ୍କୁ ନବନିର୍ବାଚିତ ବିଧାୟକ ଦଳ ବୈଠକରେ ପୁଣି ନେତା ଭାବେ ନିର୍ବାଚିତ କରାଯାଇଛି । 8 ତାରିଖରୁ ଫଳାଫଳ ଆସି ସାରିଥିବା ବେଳେ ବହୁମତ ହାସଲ କରିଥିବା ବିଜେପି କ୍ୟାମ୍ପ ମୁଖ୍ୟମନ୍ତ୍ରୀ ଚୌକି ନେଇ ନୀରବ ରହିଥିଲା ।
ଆଜି ପୁଣି ଥରେ ସୈନୀଙ୍କୁ ବିଧାୟକ ଦଳ ନେତା ଭାବେ ନିର୍ବାଚିତ କରି ଦଳ ନୀରବତାରେ ପୂର୍ଣ୍ଣଚ୍ଛେଦ ପକାଇଛି । ରାଜ୍ୟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ନାୟକ ସିଂହ ସୈନୀ। ବୁଧବାର ଚଣ୍ଡିଗଡ଼ରେ ବସିଥିବା ବିଜେପି ବିଧାୟକ ଦଳ ବୈଠକରେ ନେତା ଭାବେ ନାୟବ ସିଂହ ସୈନୀ ନିର୍ବାଚିତ ହୋଇଛନ୍ତି। ପୂର୍ବରୁ ନାୟବ ସିଂହଙ୍କ ନାମ ମୁଖ୍ୟମନ୍ତ୍ରୀ ପାଇଁ ସବୁଠୁ ଆଗରେ ଥିବା ବେଳେ ବୁଧବାର ନାମ ଘୋଷଣା କରାଯାଇଛି।
ବୈଠକରେ କେନ୍ଦ୍ରଗୃହ ମନ୍ତ୍ରୀ ଅମିତ ଶାହ ଏବଂ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଯୋଗ ଦେଇଥିଲେ। ଆସନ୍ତାକାଲି ଶପଥ ଗ୍ରହଣ କରିବେ ନାୟବ ସିଂହ।ସାଧାରଣ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ସୈନୀ ମୁଖ୍ୟମନ୍ତ୍ରୀ ଭାବେ ବରିଷ୍ଠ ନେତା ମନୋହର ଲାଲ ଖଟ୍ଟରଙ୍କ ସ୍ଥାନ ନେଇଥିଲେ । ଚଳିତଥର ‘ଏକଜିଟ ପୋଲ’ ପୂର୍ବାକଳନକୁ ମାତ ଦେଇ ବିଜେପି ହରିୟାଣାରେ ହ୍ୟାଟ୍ରିକ୍ ମାରିଛି ।