ନ୍ୟୁଜ ଡେସ୍କ: ଭୁବନେଶ୍ବର ପ୍ରମୁଖ ଡାକ୍ତରଖାନା କ୍ୟାପିଟାଲ ହସ୍ପିଟାଲ । ଯେଉଁଠିକି ଦୈନିକ ଶହ ଶହ ରୋଗୀ ଆସନ୍ତି । ହେଲେ ଏବେ ସେଠି ନାକ ଦେଇହଉନି । ଗତକାଲିଠାରୁ କ୍ୟାପିଟାଲ ହସ୍ପିଟାଲ ସଫେଇ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି ।
ପୂଜା ବୋନସ୍ ସହ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ହସ୍ପିଟାଲ୍ର ସଫେଇ କର୍ମଚାରୀ । ବାସ୍ତବରେ କ୍ୟାପିଟାଲ୍ ହସ୍ପିଟାଲ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି ସଫେଇ କର୍ମଚାରୀ । ଯାହାଫଳରେ ହସ୍ପିଟାଲରେ ସଫେଇ କାମ ସଂପୂର୍ଣ୍ଣ ଠପ୍ ହୋଇଯାଇଛି । ଫଳରେ ଦୁର୍ଗନ୍ଧ ଓ ଅପରିଷ୍କାର ପରିବେଶ ଭିତରେ ଚାଲିଛି ରୋଗୀ ସେବା । ସେମାନଙ୍କ କହିବା ଅନୁଯାୟୀ, ଏଥର ତାଙ୍କୁ ୩୦ ଦିନ ବଦଳରେ ୨୬ ଦିନର ଦରମା ମିଳିଛି ।
ଯାହାକୁ ନେଇ ସେମାନେ ଆଉ ୪ ଦିନରେ ଦରମା ଦେବା ପାଇଁ ଦାବି କରିଛନ୍ତି । ସେପଟେ ଘଟଣାକୁ ନେଇ ସଫେଇ କର୍ମଚାରୀ ଯୋଗାଇ ଦେଇଥିବା ଠିକା ସଂସ୍ଥାକୁ ଚିଠି ଲେଖିଛନ୍ତି ହସ୍ପିଟାଲ ନିର୍ଦ୍ଦେଶକ । ଯଥାଶୀଘ୍ର ଏହି ଘଟଣାର ସମାଧାନ କର ବୋଲି ଚିଠିରେ ଉଲ୍ଲେଖ ରହିଛି ।