Thu. Oct 23rd, 2025

ନ୍ୟୁଜ ଡେକ୍ସ : ହସ୍ପିଟାଲ ବିଲଡିଂରୁ ତଳକୁ ଡେଇଁପଡ଼ିଲେ ରୋଗୀ। ଏହିଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀରର ଭୀମଭୋଇ ମେଡିକାଲ କଲେଜରେ।

ମେଡ଼ିସିନ ୱାର୍ଡର ଦ୍ଵିତୀୟ ମହଲାରୁ ଡେଇଁ ରୋଗୀ ଗୁରୁତର ହୋଇଥିବାବେଳେ ଗୁରୁତର ରୋଗୀ ଜଣଙ୍କ ବଲାଙ୍ଗୀର ଖର୍ସେଲପଡ଼ାର ବାସିନ୍ଦା ବୋଲି ଜଣାପଡିଛି। ଏପଟେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସର୍ଜରୀ ଓ୍ବାର୍ଡରେ ଭର୍ତ୍ତି କରାଯାଇଛି। ଗୁରୁତର ରୋଗୀ ଜଣକ ପୂର୍ଣ୍ଣଚନ୍ଦ୍ର ସାହୁ ।ସୂଚନାମୁତାବକ, ପୂର୍ଣ୍ଣଚନ୍ଦ୍ର ଗତ ୧୨ ତାରିଖ ଦିନ ମେଡିସିନ୍ ଓ୍ବାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ।

ସୋମବାର ଦିନ ରୋଗୀ ଜଣଙ୍କ ହଠାତ୍‌ ମେଡିକାଲ ୨ୟ ମହଲା ବିଲଡିଂ ଛାତରୁ ଡେଇଁପଡିଥିଲେ । ତେବେ ବର୍ତ୍ତମାନ ଯାଏଁ କେଉଁ କାରଣ ପାଇଁ ଛାତରୁ ଡେଇଁଲେ । ତାହା ବର୍ତ୍ତମାନ ଯାଏଁ ଅସ୍ପଷ୍ଟ ରହିଛି ।

Leave a Reply

Your email address will not be published. Required fields are marked *