Thu. Oct 23rd, 2025

ନ୍ୟୁଜ ଡେକ୍ସ: ଆଜି ହାଇକୋର୍ଟ ବାର୍‌ରେ ନିର୍ବାଚନ। ବାର ଆସୋସିଏସନ୍‌ର ସଭାପତି, ସମ୍ପାଦକ, ସହକାରୀ ସମ୍ପାଦକ, ଉପସଭାପତି, ପାଠଗାର ସମ୍ପାଦକ, କାର୍ଯ୍ୟନିର୍ବାହୀ ସଦସ୍ୟ ଆଦି ପଦ ପାଇଁ ନିର୍ବାଚନ ହେଉଛି। ସକାଳ ସାଢ଼େ ୭ଟାରୁ ଭୋଟ୍‌ ଆରମ୍ଭ ହୋଇ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିବ।

୫ଟାରୁ ଭୋଟ୍‌ ଗଣତି ଆରମ୍ଭ ହେବ। ଦୁଇଦିନ ଧରି ଏହି ଭୋଟ୍‌ ଗଣତି ପ୍ରକ୍ରିୟା ଜାରି ରହିବ ବୋଲି ହାଇକୋର୍ଟ ବାର୍‌ ଆସୋସିଏସନ୍‌ ନିର୍ବାଚନ ଅଧିକାରୀ ପ୍ରକାଶ ରଞ୍ଜନ ବାରିକ୍‌ ସୂଚନା ଦେଇଛନ୍ତି। ଏଥିରେ ୪ ହଜାର ୭୫୦ ଜଣ ଆଇନଜୀବୀ ମତଦାନ କରିବେ ।‘ୱାନ୍ ବାର୍‌, ୱାନ୍ ଭୋଟ୍’ ନିୟମରେ ନିର୍ବାଚନ ଚାଲିଛି। ଅର୍ଥାତ୍ ଜଣେ ଆଇନଜୀବୀ କେବଳ ଗୋଟିଏ ବାର୍‌ ଆସୋସିଏସନ୍‌ରେ ନିଜ ମତଦାନ ସାବସ୍ତ୍ୟ କରିବେ।

ସମସ୍ତ ବାର୍‌ରେ ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ କରିବା ପାଇଁ ରାଜ୍ୟ ଆଇନଜୀବୀ ପରିଷଦ ପକ୍ଷରୁ କୁହାଯାଇଛି । ହାଇକୋର୍ଟ ବାର୍‌ ଆସୋସିଏସନ୍‌ର ସଭାପତି ପଦ ଲାଗି ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର, ଆଇନଜୀବୀ ଲଲାଟେନ୍ଦୁ ସାମନ୍ତରାୟ ଏବଂ ଆଇନଜୀବୀ ସୁରେନ୍ଦ୍ରନାଥ କରଙ୍କ ମଧ୍ୟରେ ତ୍ରିମୁଖି ଲଢ଼େଇ ହେଉଛି।

Leave a Reply

Your email address will not be published. Required fields are marked *