ନ୍ୟୁଜ ଡେକ୍ସ : ପଶ୍ଚିମବଙ୍ଗରେ ଓଡ଼ିଶାର ଜଣେ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ମନରୁ ନଲିଭୁଣୁ, ଏବେ ପୁଣି ଏପରି ଜଘନ୍ୟ ଘଟଣା ଘଟିଛି ହାଇଦ୍ରାବାଦରେ। ତେଲଙ୍ଗାନା ରାଜ୍ୟର ପେଟବଶିରାବାଦ ଅଞ୍ଚଳ ଅଧୀନ କୋମପାଲି ଅଞ୍ଚଳରେ ଓଡ଼ିଶାର ଜଣେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।
ଏହି ଘଟଣା ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି।ସୂତ୍ର ଅନୁଯାୟୀ, ମୃତକା ମହିଳା ଭୁବନେଶ୍ବରର ଭରତପୁର ଅଞ୍ଚଳର ଅବସ୍ଥାନକାରୀ ଥିଲେ। ସେ ଖୋର୍ଦ୍ଧା ଜିଲ୍ଲାର ବାଣପୁର ଅଞ୍ଚଳରେ ବିବାହ କରିଥିଲେ। ମୃତକାଙ୍କ ଜଣେ ୪ ବର୍ଷର ପୁଅ ମଧ୍ୟ ଅଛି। ତାଙ୍କ ସ୍ବାମୀ ହାଇଦ୍ରାବାଦରେ ଇଲେକ୍ଟ୍ରିକାଲ ମେଣ୍ଟେନାନ୍ସ ବିଭାଗରେ କାର୍ଯ୍ୟରତ ଥିଲେ। ପ୍ରାୟ ୬ ମାସ ପୂର୍ବେ ସେ ସ୍ତ୍ରୀ ଓ ପୁଅକୁ ସେଠାକୁ ନେଇଥିଲେ।
ସେଠାରେ ମହିଳାଜଣକ ଏକ ସ୍ଥାନୀୟ କାରଖାନାରେ ଶ୍ରମିକମାନଙ୍କ ପିଲାଙ୍କୁ ପାଠ ପଢାଇବା ଦାୟିତ୍ବ ନେଇଥିଲେ। ସେହି ସମୟରେ ଅଜଣା ବ୍ୟକ୍ତିମାନେ ତାଙ୍କୁ ଦୁଷ୍କର୍ମ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି।
