Sun. Feb 22nd, 2026

ନ୍ୟୁଜ ବ୍ୟୁରୋ: ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ମିଳିବ ଗୃହ ନିର୍ମାଣ ପାଇଁ ଅଗ୍ରୀମ ଟଙ୍କା। ନୂଆ ଜମି କିଣିବା ଲାଗି ମଧ୍ୟ ଅଗ୍ରୀମ ଦିଆଯିବ। ପୁରୁଣା ଜମିରେ ନୂଆ କୋଠା ନିର୍ମାଣ ଏବଂ ନିର୍ମିତ ହୋଇଥିବା କୋଠା କିଣିବା ଲାଗି ମଧ୍ୟ ଅଗ୍ରୀମ ଅର୍ଥ ମିଳିବ।

ଏସବୁ ପାଇଁ ଆବେଦନକାରୀମାନେ ଆବଶ୍ୟକ ତଥ୍ୟ ପ୍ରଦାନ କରିବାକୁ କୁହାଯାଇଛି। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ (ଡିଇଓ)ଙ୍କୁ ଚିଠି କରାଯାଇଛି। ତେବେ ହାଇସ୍କୁଲ ଶିକ୍ଷକ ଓ କର୍ମଚାରୀଙ୍କୁ ଘର ପାଇଁ ଅଗ୍ରୀମ ଟଙ୍କା ମିଳିବ ।

ଏନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସବୁ ଡିଇଓଙ୍କୁ ଚିଠି ଯାଇଥିବା ବେଳେ ଏସବୁ ପାଇଁ ଆବେଦନକାରୀଙ୍କୁ ସମସ୍ତ ତଥ୍ୟ ପ୍ରଦାନ ପାଇଁ କୁହାଯାଇଛି । ଯେଉଁ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀ ନୂଆ ଜମି କିଣିବା ପାଇଁ ଆବେଦନ କରିଛନ୍ତି ସେମାନେ ତାହାର ସମସ୍ତ ତଥ୍ୟ ଶିକ୍ଷା ପରିଷଦକୁ ପୈଠ କରିବେ । ଜମିର ମୂଲ୍ୟ ଏବଂ ବିକ୍ରେତାଙ୍କ ଏଗ୍ରିମେଣ୍ଟକୁ ମଧ୍ୟ ଦାଖଲ କରିବେ ଆବେଦନକାରୀ ।

Leave a Reply

Your email address will not be published. Required fields are marked *