Thu. Oct 23rd, 2025

ନ୍ୟୁଜ ଡେକ୍ସ : ସମ୍ବଲପୁର ଜିଲ୍ଲା ନାକଟିଦେଉଳ ରେଞ୍ଜ ଟିକିଲିପଡ଼ା ଠାରେ ଚାଷ ଜମିରେ ବିଦ୍ୟୁତ ତାରରେ ଲାଗି ମାଈ ହାତୀର ମୃତ୍ୟୁ ହୋଇଛି। ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଛି। ହାତୀର ବୟସ ପ୍ରାୟ ୧୫ ବର୍ଷ। ଅଭିଯୁକ୍ତକୁ ଏବେ ରେଢ଼ାଖୋଲ ବନ ବିଭାଗ ଅଟକ ରଖି ପଚରାଉଚରା କରୁଛି। ବନ ବିଭାଗ ସୂଚନା ଅନୁସାରେ, ଧାନ ଚାଷକୁ ସୁରକ୍ଷା ଦେବାକୁ ଯାଇ ଚାଷୀ ଜଣକ ବିଦ୍ୟୁତ୍ ତାର ଟାଣିଥିଲେ।

ଏହି ଘଟଣାରେ ସମ୍ପୃକ୍ତ କୌଣସି ବ୍ୟକ୍ତିଙ୍କୁ ଛଡ଼ାଯିବ ନାହିଁ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସୂଚନାଯୋଗ୍ୟ, ରେଢାଖୋଲ ବନଖଣ୍ଡ ନାକଟିଦେଉଳ ରେଞ୍ଜ ଟିକିଲିପଡ଼ା ଗାଁ ଜଙ୍ଗଲରେ ଚାଷ ଜମିକୁ ସୁରକ୍ଷା ପାଇଁ ବିଦ୍ୟୁତ ତାର ବିଛା ଯାଇଥିଲା । ଏହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଚଳାଉଥିବା ବେଳେ ଜଣକୁ ଅଟକ ରଖିଥିବା ଜଣାପଡିଛି । ତେବେ ଏହା ପୂର୍ବରୁ ନାକଟିଦେଉଳ ସଦର ବନଖଣ୍ଡରେ ୪ଟି ହାତୀଙ୍କର ମୃତ୍ୟୁ ଘଟିଛି ।ବନ ବିଭାଗ ଓ ବିଦ୍ୟୁତ ବିଭାଗର ଅବହେଳାରୁ ବାରମ୍ବାର ହାତୀର ଜୀବନ ଯାଉଥିବାନେଇ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି ।

Leave a Reply

Your email address will not be published. Required fields are marked *