Thu. Oct 23rd, 2025

ନ୍ୟୁଜ ଡେକ୍ସ : ଉପରମୁଣ୍ଡର ବର୍ଷାରେ ହୀରାକୁଦରେ ବଢ଼ୁଛି ଜଳସ୍ତର। ଏବେ ୪ ଗେଟ୍ ପୁଣି ଖୋଲାଯାଇଛି। ୨୦ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି। ବାମ ପାଶ୍ୱର୍ରେ ୧୩ ଡାହାଣ ପାଶ୍ୱର୍ରେ ୭ଟି ଗେଟ୍ ଦେଇ ଛଡ଼ାଯାଉଛି ବନ୍ୟାପାଣି ।ଏବେ ୨୦ଟି ଗେଟ୍‌ ଦେଇ ବନ୍ୟାଜଳ ନିଷ୍କାସିତ ହେଉଛି । ଉପରମୁଣ୍ଡରେ ବର୍ଷା ବଢ଼ିଲେ ଅଧିକ ଗେଟ୍‌ ଖୋଲିପାରେ ।

ଫଳରେ ମହାନଦୀର ତଳମୁଣ୍ଡରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି ।ଉପରମୁଣ୍ଡରୁ ହୀରାକୁଦକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୯୩ ହଜାର ୫୧୨କ୍ୟୁସେକ୍‌ ବନ୍ୟାଜଳ ପ୍ରବେଶ କରୁଛି । ହୀରାକୁଦ ସ୍ପିଲ୍‌-ୱେର ୧୧ଟି ଗେଟ୍‌, ବୁର୍ଲା ସ୍ପିଲ୍‌-ୱେର ୫ ଗେଟ୍‌ ସହ ପାୱାର ଚାନେଲ ମାଧ୍ୟମରେ ପ୍ରତି ସେକେଣ୍ଡରେ ସମାନ ପରିମାଣରେ ଜଳ ନିଷ୍କାସିତ ହେଉଛି। ଉଭୟ ପାଶ୍ୱର୍ର ୨୦ଟି ସ୍ଲୁଇସ୍‌ଗେଟ୍‌, ବୁର୍ଲା ପାୱାର ଚାନେଲ, ବିଭିନ୍ନ ଶିଳ୍ପାନୁଷ୍ଠାନ ବ୍ୟବହାର ପାଇଁ ୨୧୪ କ୍ୟୁସେକ୍‌ ଓ ଜଳଭଣ୍ଡାର ସଂଲଗ୍ନ ୪ଟି କେନାଲକୁ ମିଶାଇ ପ୍ରତି ସେକେଣ୍ଡରେ ମୋଟ୍‌ ୨ ଲକ୍ଷ ୨୭ ହଜାର କ୍ୟୁସେକ୍‌ ଜଳ ନିଷ୍କାସିତ ହେଉଛି ।

ତଳମୁଣ୍ଡରେ ବନ୍ୟା ଆଶଙ୍କା ଥିବା ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ୨୦ଟି ଗେଟ୍ ଖୋଲାଯାଇ ଥିବାରୁ ମହାନଦୀରେ ବନ୍ୟା ଜଳସ୍ତର ବଢ଼ିବାର ଆଶଙ୍କା ରହିଛି। ଫଳରେ ହୀରାକୁଦ ଡ୍ୟାମର ତଳମୁଣ୍ଡରେ ଥିବା ନଦୀ ଶଯ୍ୟା ଅଞ୍ଚଳରେ ବନ୍ୟା ଆସିବାର ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *